ଇନ୍ଦ୍ରାବତୀ ଜଳଭଣ୍ଡାର ୨ଟି ଗେଟ୍ ଖୋଲିଲା

୬୦୦ରୁ ଅଧିକ ଲୋକ ସ୍ଥାନାନ୍ତର, ୧୫ଟି ଗ୍ରାମର ଲୋକେ ଆସିଲେନି

ନବରଙ୍ଗପୁର/କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳପତ୍ତନ ବଢ଼ିବା ପରେ ଆଜି ସକାଳେ ପ୍ରକଳ୍ପର ଦୁଇଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ କର୍ତୃପକ୍ଷ। ତେବେ ଗେଟ୍ ଖୋଲିବା ପରେ କୋଷାଗୁମୁଡା ବ୍ଲକରେ ବନ୍ୟା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକର ୮ଟି ଗ୍ରାମର ୭୦୦ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ଆଜି ସକାଳୁ ଇନ୍ଦ୍ରାବତୀ ଅବବାହିକାରେ ରହିଥିବା ଗାଁ ଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ସଂଧ୍ୟା ସୁଦ୍ଧା ବହୁ ଗ୍ରାମର ଲୋକେ ସ୍ଥାନାନ୍ତର ପାଇଁ ଅମଙ୍ଗ ହେବାରୁ ପ୍ରଶାସନ ନାକେଦମ ହୋଇଥିଲା। ତେବେ, ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର କହିଛନ୍ତି ଜିଲ୍ଲାର ୯ଟି ଗ୍ରାମର ୭୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ସ୍ଥାନରେ ଓଡ୍ରାଫ ଟିମ ମୁତୟନ ହୋଇଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ସଜାଗ ରହିଛି। ତେବେ ପ୍ରଶାସନ ପକ୍ଷରୁ ପ୍ରାୟ ୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବହୁ ଗ୍ରାମର ଲୋକେ ସ୍ଥାନାନ୍ତର ହେବା ପାଇଁ ଅମଙ୍ଗ ହେଉଥିବା ସତ୍ତ୍ବେ ଆଜି ସଂଧ୍ୟା ସୁଦ୍ଧା ଲୋକଙ୍କୁ ବୁଝାସୁଝା ଚାଲିଛି ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର