ଇନୋଭା-ବାଇକ୍‌ ଧକ୍କା: ୨ ମୃତ

ରାୟଗଡା: ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା -ଥେରୁବାଲି ମୁଖ୍ୟ ସଡ଼କ ପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ବୁଡ଼ଣି ଗାଁର ଠାକୁରାଣୀ ଯାତ୍ରା ଦେଖି ବରିଗୁଡ଼ା ଗାଁର ତିନି ଜଣ ଯୁବକ ଏକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଥେରୁବାଲି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଇନୋଭା ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ସଂଜୟ ହୁଇକା(୨୮), ଟୁନା କାଡ୍ରାକା(୧୭)ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଲିଟୁ କୁଟ୍ରୁକାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅପର ପକ୍ଷରେ ଦୁର୍ଘଟଣାର ପ୍ରତିବାଦ ସହ କ୍ଷତି ପୂରଣ ଦାବିରେ ଦିନ ୧୨ ପର୍ଯ୍ୟନ୍ତ ଗ୍ରାମବାସୀ ମୁଖ୍ୟ ସଡ଼କରେ ରାସ୍ତା ଅବରୋଧ କରିଥିଲେ। କୋଲନରା ବିଡ଼ିଓ ଶାନ୍ତିପ୍ରଭା ପ୍ରଧାନ, ଏଏସପି ୱାଇ ଜଗନ୍ନାଥ ରାଓ,ଚାନ୍ଦିଲି ଓ ଥେରୁବାଲି ଫାଣ୍ଡିି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଶେଷରେ ଇନୋଭା ଗଡ଼ି ମାଲିକ ମୃତକ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତ ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର