ଥୁଆମୂଳ ରାମପୁର, ପାରଦ ୨ଡିଗ୍ରିକୁ ଖସିଲା

ପାର୍ବତ୍ୟାଞ୍ଚଳରେ ବରଫପାତ, ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଶୀତର ଲହରୀ। ଗତ ୨୦ ତାରିଖରେ ୩ ଡିଗ୍ରି, ୨୧ ରେ ୫ଡିଗ୍ରି, ୨୨ରେ ୬.୮ ଡିଗ୍ରି, ୨୩ରେ ୬.୫ ଡିଗ୍ରି, ୨୪ରେ ୫ଡିଗ୍ରି, ୨୫ରେ ୬ଡିଗ୍ରି ଆଜି ୨୭ ତାରିଖରେ ପାରଦ ୨ଡିଗ୍ରିକୁ ଖସି ଆସିଛି।

୨ଡିଗ୍ରି ସେଲସିୟସ ତାପମାତ୍ରା ଥିବା ବେଳେ ହାଡ଼ଭଙ୍ଗା ଶୀତ ଯୋଗୁଁ ବ୍ଲକର ଥୂଆମୂଳ ରାମପୁର, ସୂର୍ଯ୍ୟଗଡ଼, କଣାସୁକୁଲି, ମାଲଗିାଁ, କୁଟ୍ରୁଖାଲ, କେରପାଇ, ତିଜମାଲି, କେଲୁଆ, କେଲୁଆମିଲି, କୁମ୍ଭାରକାନି, କନ୍ଦାଝାପି, ଭିତରଗୁମା, କର୍ଲାପାଟ ପଞ୍ଚାୟତର ଜିଲାଗାଁ, ତଳଆମ୍ବପଦର, ନାକରୁଣ୍ଡି, କେରପାଇ, ତାସିଗୁଡା, ସିଲେଟ ପଞ୍ଚାୟତ, ନାକରୁଣ୍ଡି ପଞ୍ଚାୟତ ପ୍ରଭୃତି ପାର୍ବତ୍ୟାଞ୍ଚଳରେ ବରଫପାତ ହେଉଛି।

ଶୀତର ପ୍ରକୋପ ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି। ସନ୍ଧ୍ୟା ୫ଟାରୁ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ସକାଳ ୧୦ ଟା ପର୍ଯ୍ୟନ୍ତ ପାରଦ ୭ଡିଗ୍ରି ତାପମାତ୍ରା ରହୁଥୁିବା ବେଳେ ଲୋକେ କାମଧନ୍ଦା ମଧ୍ୟ କରିବାକୁ ଯାଇପାରୁ ନଥିବା ଜଣାପଡ଼ିଛି। ଆଜି ପରବ ଯାତ୍ରାର ମୁଖ୍ୟ ବଜାର ଥିବା ବେଳେ ପ୍ରବଳ ଶୀତ ଲହରୀ ଯୋଗୁଁ ବଜାର ପ୍ରାୟ ଲୋକଶୂନ୍ୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର