ଆଜି ଦିଲ୍ଲୀରେ ଆନ୍ତଃରାଜ୍ୟ ପରିଷଦ ବୈଠକ : ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆନ୍ତଃରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେବା ପାଇଁ ଦିଲ୍ଲୀ ଯାତ୍ରା କରିଛନ୍ତି।

ଏହି ଷ୍ଟାଣ୍ଡିଂ କମିଟି ଆନ୍ତଃରାଜ୍ୟ ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶାର ସ୍ୱାର୍ଥ ସମ୍ବଳିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି। ବିଶେଷ କରି ନଦୀ ପରିଷଦ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୫୬ ଆଇନ ଅନୁଯାୟୀ ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ନିମନ୍ତେ ପନ୍ଥା ନିର୍ଧାରଣ ହୋଇପାରିବ। ଏଥିରେ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ଦୃଷ୍ଟାନ୍ତ ଭାବେ ରଖି ଆଲୋଚନା କରାଯିବ ବୋଲି ସେ କହିଛନ୍ତି। କୋଇଲା ରୟାଲଟି ବାବଦରେ ଦିନକୁ ପ୍ରାୟ ୫ କୋଟିର କ୍ଷତି ହିସାବରେ ଓଡ଼ିଶା ଅନ୍ୟୂନ ୪ ହଜାର କୋଟିର ରାଜସ୍ୱ ହରାଇଥିବା ସେ ବୈଠକରେ ଉଠାଇବେ। ଜଙ୍ଗଲ ଓ ପରିବେଶ ନେଇ ରହିଥିବା କେନ୍ଦ୍ରୀୟ ଆଇନ କିପରି ସରଳୀକୃତ ହୋଇ ରାଜ୍ୟର ସ୍ୱାର୍ଥ ସାଧିତ କରିପାରିବ ସେ ନେଇ ମଧ୍ୟ ଆଲୋଚନା କରିବେ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର