ସହାୟତାର ହାତ ବଢ଼ାଇଲେ ଆନ୍ତର୍ଜାତୀୟ ସଂଗଠନ : ୧୭ ଜଣିଆ ପ୍ରତିନିଧି ‘ଫନି’ କ୍ଷୟକ୍ଷତି ଆକଳନ କରିବେ

୨୫ରେ ଆଲୋଚନା, ୨୬ରୁ ଦୁଇ ଦିନ ଜିଲ୍ଲା ଗସ୍ତ କରିବେ

ଭୁବନେଶ୍ବର : ବାତ୍ୟା ଫନିରେ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ ତଥା ସହାୟତା ହାତ ବଢାଇବାପାଇଁ ଆର୍ନ୍ତଜାତୀୟ ସଂସ୍ଥାର ୧୭ଜଣିଆ ପ୍ରତିନିଧି ଆଗାମୀ ୨୪ ତାରିଖରୁ ଓଡିଶା ଗସ୍ତ କରିବେ। ୨୫ ତାରିଖରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା ପରେ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ସେମାନେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଓଡିଶା ଗସ୍ତରେ ଆସୁଥିବା ବିଶ୍ୱସ୍ତରୀୟ ସଂଗଠନ ମଧ୍ୟରେ ୟୁନେସ୍କୋ, ୟୁନିସେଫ୍‍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏସୀୟ ଉନ୍ନୟନ ବ୍ୟାଙ୍କ୍‍ ଓ ବିଶ୍ୱ ବ୍ୟାଙ୍କ୍‍ର ପ୍ରତିନିଧି ରହିଛନ୍ତି । ଏମାନେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଗୃହ, ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ, ପାନୀୟଜଳ, କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ଖାଦ୍ୟ ନିରାପତ୍ତା, ପରିବହନ, ବିଦ୍ୟୁତ୍‍, ପର୍ଯ୍ୟଟନ, ସଂସ୍କୃତି ଆଦି େକ୍ଷତ୍ରରେ େହାଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବେ। ଏହାଛଡା ରାଜ୍ୟର ନିଯୁକ୍ତି ଓ ଜୀବିକା ପ୍ରକଳ୍ପ ଯୋଜନାର ମଧ୍ୟ ସମୀକ୍ଷା କରିପାରନ୍ତି।

ୟୁନେସ୍କାର ପ୍ରତିନିଧିମାନେ ପର୍ଯ୍ୟଟନ ଓ ଐତିହ୍ୟ କୀର୍ତିରାଜି କ୍ଷୟକ୍ଷତିର ଆକଳନ କରିବାକୁ େଯାଜନା କରିଛନ୍ତି। ବିଶ୍ୱବ୍ୟାଙ୍କ ପ୍ରତିନିଧିଦଳ ପରିବହନ, ବିଦ୍ୟୁତ୍‍, ସାମାଜିକ ଓ ଆର୍ଥିକ ପ୍ରଭାବ ଓ ପରିବେଶ କ୍ଷୟକ୍ଷତି ଅନୁଧ୍ୟାନ କରିବେ। ସେହିଭଳି ଆର୍ନ୍ତଜାତୀୟ ଶ୍ରମ ସଂଗଠନ ପ୍ରତିନିଧିମାନେ ରାଜ୍ୟରେ ନିଯୁକ୍ତି ଓ ଜୀବିକା ପ୍ରକଳ୍ପର ଅନୁଧ୍ୟାନ କରିବେ େବାଲି ଜଣାଇଛନ୍ତି। ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥାର ପ୍ରତିନିଧିମାନେ କୃଷି, ମତ୍ସ୍ୟ ଓ ପଶୁପାଳନ ଆଦି କ୍ଷେତ୍ରର କ୍ଷୟକ୍ଷତି ଆକଳନ କରିବେ। ଆର୍ନ୍ତଜାତୀୟ ସଂଗଠନ ପ୍ରତିନିଧିଙ୍କ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।ଉଲ୍ଲେଖନୀୟ ଯେ ବାତ୍ୟା ପରେ ପରେ ଆର୍ନ୍ତଜାତୀୟ ସଂଗଠନର ପ୍ରତିନଧି ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ। ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଏହି ସଂସ୍ଥାମାନେ ସେମାନଙ୍କର ୧୭ ଜଣିଆ ପ୍ରତିନିଧି ଦଳକୁ ଓଡ଼ିଶା ପଠାଉଛନ୍ତି।

ସମ୍ବନ୍ଧିତ ଖବର