ଟିଟୋ ପେଟ୍ରୋଲ ପମ୍ପ୍‌ର ତଦନ୍ତ : କେନ୍ଦ୍ରାପଡ଼ାରେ ସିବିଆଇର ଦୁର୍ନୀତି ନିବାରଣ ସେଲ୍

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟର ଟିଟୋର ଚଉଁରୀ ବରହମପୁରଠାରେ ଥିବା ସୟଦବ୍ରଦର୍ସ ପେଟ୍ରୋଲ ପମ୍ଫ ସମ୍ପର୍କରେ ତଦନ୍ତ କରିବା ପାଇଁ ସିବିଆଇର ଦୁର୍ନୀତି ନିବାରଣ ଶାଖା (ଆଣ୍ଟି କରପସନ ବ୍ରାଞ୍ଚ) କେନ୍ଦ୍ରାପଡାରେ ପହଁଚି ତଦନ୍ତ ଆରମ୍ଭ କରିଛି। ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ପତ୍ନୀ ବେନଜିର ବିବିଙ୍କ ନାମରେ କେନ୍ଦ୍ରାପଡା ସହରରେ ଚଉଁରୀ ବରହମପୁର (ପରିବାର ଅଦାଲତ ନିକଟସ୍ଥ) ଠାରେ ଏକ ପେଟ୍ରୋଲ ପମ୍ପ୍‌ ରହିଛି। ପେଟ୍ରୋଲ ପମ୍ପ ଖୋଲିବା ପ୍ରକ୍ରିୟାରେ ହୋଇଥିବା ବିଭିନ୍ନ ଅନିୟମିତତା ସମ୍ପର୍କରେ ସିବିଆଇ ଟିମ୍‌ ତଦନ୍ତ କରିଥିବା ଜଣାପଡ଼ିଛି।

ସିବିଆଇ ଦୁର୍ନୀତି ନିବାରଣ ସେଲର ସବ୍‌ଇନ୍‌ସ୍‌ପେକ୍ଟର ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍‌ ଟାଉନ ଥାନାରେ ପହଁଚି ଭାରପ୍ରାପ୍ତ ଇନସପେକ୍ଟର ତପନ କୁମାର ନାୟକଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ତାଙ୍କ ଠାରୁ କେତେକ ତଥ୍ୟ ମାଗିଛନ୍ତି। କ୍ରାଇମବ୍ରାଞ୍ଚ୍ ଏସଟିଏଫ ପକ୍ଷରୁ ଟିଟୋ ମାମଲାର ତଦନ୍ତରେ ଶିଥିଳତା ପରିଲକ୍ଷିତ ହେଉଥିବା ବେଳେ ସିବିଆଇ ଏପଟେ ତଦନ୍ତ ଜୋର୍‌ଦାର କରିଥିବା ଆଜିର ଘଟଣାରୁ ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର