ଚେନ୍ନାଇ ସମ୍ମିଳନୀରେ ହସ୍ପିଟାଲ ପ୍ରକଳ୍ପ ପ୍ରତି ଅାକୃଷ୍ଟ ହେଲେ ନିବେଶକ

0 54

ଭୁବନେଶ୍ୱର : ଚେନ୍ନାଇେର ଆେୟାଜିତ ରୋଡ୍ ସୋ’ରେ ରାଜ୍ୟର ସ୍ୱାସ୍ଥ୍ୟ ସେବା ପ୍ରକଳ୍ପରେ ପୁଞ୍ଜି ନିବେଶ ପାଇଁ ନିବେଶକମାନେ ଅାଗ୍ରହ ପ୍ରକାଶ କରିଛନ୍ତି। ଅାଜି ମଣିପାଳ ଗ୍ରୁପ୍, ଗ୍ଳୋବାଲ ହେଲଥ୍ କେୟାର, ଭିପିଏସ୍ ହେଲଥ୍ କେୟାର, ଯଶୋଦା ହସ୍ପିଟାଲ, ସିଗନସ୍ ମେଡିକେୟାର ଅାଦି ୫୨ରୁ ଅଧିକ କମ୍ପାନୀ ସହିତ ଅାେଲାଚନା ହୋଇଥିଲା।

ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ, ଅାଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିେଲ। ଘରୋଇ ସରକାରୀ ମିଳିତ ସହଯୋଗ (ପିପିପି)ରେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପ୍ରମୁଖ ଜିଲ୍ଳା ମାନଙ୍କରେ ଏହା କାର୍ଯ୍ୟକାରୀ ହେବ। ଏହା ରାଜ୍ୟ ସରକାରଙ୍କ ୨୦୧୬ ହେଲଥ୍ କେୟାର ନିବେଶ ବିକାଶ ନୀତି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ।

ଓଡ଼ିଶାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି ବୋଲି ଦର୍ଶାଇ ମନ୍ତ୍ରୀ କହିଥିଲେ, ରାଜ୍ୟର ୨୫ଟି ସ୍ଥାନରେ ୧,୩୦୦ କୋଟି ଟଙ୍କା ନିବେଶ ସହାୟତାରେ ୨,୯୦୦ ଶଯ୍ୟା ବିଶିଷ୍ଟ ନୂତନ ହସ୍ପିଟାଲ ନିର୍ମାଣର ପ୍ରସ୍ତାବ ରହିଛି। ଏହାଦ୍ୱାରା ଅାସନ୍ତା କିଛି ବର୍ଷ ମଧ୍ୟରେ ଛୋଟ ସହରରେ ମଧ୍ୟ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇପାରିବ। ଫଳରେ ଓଡ଼ିଶାରେ ୧୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ। ଏହାଦ୍ୱାରା ରାଜ୍ୟର ଅାର୍ଥିକ ଅନଗ୍ରସର ପରିବାର ବିନା ମୂଲ୍ୟରେ ଚିକିତ୍ସା ସୁଯୋଗ ହାସଲ କରିପାରିବେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେଓ୍ୱାଇ) ଅନ୍ତର୍ଗତ ଏହା କାର୍ଯ୍ୟକାରୀ ହେବ। ଏହି ଯୋଜନା ଅନୁସାରେ ଝାରସୁଗୁଡ଼ାରେ ପିପିପି ଭିତ୍ତିେର ହସ୍ପିଟାଲ ନିର୍ମାଣ ହେବ। ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ୮୩ ଳକ୍ଷ ଲୋକଙ୍କୁ କ୍ୟାନସର ଚିକିତ୍ସା ଉପଲବ୍ଧ କରାଯାଇପାରିବ। ଏହି କ୍ଷେତ୍ରରେ ଘରୋଇ ନିବେଶକଙ୍କୁ ରକ୍ଷାଣବେକ୍ଷଣ ଏବଂ ପରିଚାଳନା ଦାୟିତ୍ୱ ଦିଅାଯିବ। ଏ କ୍ଷେତ୍ରରେ ଅାପୋ‌େଲା ହସ୍ପିଟାଲ, କେୟାର ହସ୍ପିଟାଲ, ଅାମ୍ରି ହସ୍ପିଟାଲ, ଏଲଭି ପ୍ରସାଦ ଅାଇ ଇନଷ୍ଟିଚ୍ୟୁଟ, ସନସାଇନ୍ ହସ୍ପିଟାଲ ଅାଦି ଜାତୀୟସ୍ତରୀୟ ସ୍ୱାସ୍ଥ୍ୟସେବା ହସ୍ପିଟାଲ ରହିଛନ୍ତି।

ଏହି ନିବେଶକ ସମ୍ମିଳନୀରେ ରାଜ୍ୟ ପିପିପି ଏବଂ ପିଏମ୍, ପିଅାଣ୍ଡସି ବିଭାଗ ସଚିବ ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଓଏସଏମସିଏଲ ପରିଚାଳନା ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.