ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ହେଲେ ଆଇପିଏସ୍‌ ଅଧିକାରୀ ଡି.ଏସ୍‌. କୁଟେ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍‌ ଅଧିକାରୀ ଧୀରେନ୍ଦ୍ର ଶାମ୍ଭାଜୀ କୁଟେଙ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ଧୀରେନ୍ଦ୍ର ଶାମ୍ଭାଜୀ କୁଟେ ଏବେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଅଛନ୍ତି। ପ୍ରଥମ ଥର ପାଇଁ ଜଣେ ଆଇପିଏସ୍‌ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପଦରେ ନିଯୁକ୍ତ ହୋଇଛନ୍ତି। ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର କୁଟେ ମହାରାଷ୍ଟ୍ରର ନିବାସୀ ଅଟନ୍ତି। ଶ୍ରୀ କୁଟେ ରାଜ୍ୟ ପରିବହନ ବିଭାଗରେ ମଧ୍ୟ ପୂର୍ବରୁ କାମ କରିଛନ୍ତି।

ସମ୍ବନ୍ଧିତ ଖବର