ଆଇପିଏସ ସ୍ତରରେ ଅଦଳବଦଳ : ସୁଧା ସିଂ ଜଗତସିଂପୁର ଏସପି, ଆର.ପ୍ରକାଶ ଭିଜିଲାନସ ଏସପି

ଭୁବନେଶ୍ବର : ଶନିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୨୦୦୮ ବ୍ୟାଚ ଆଇପିଏସ ଅଫିସର ତଥା ବର୍ତ୍ତମାନ ଜଗତସିଂପୁରରେ ପୁଲିସ ଏସପି ଥିବା ଆର.ପ୍ରକାଶଙ୍କୁ ଭିଜିଲାନସ ଏସପି ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବର୍ତ୍ତମାନ ଭିଜିଲାନସ ଏସପି ଥିବା ୨୦୦୬ ବ୍ୟାଚ ଆଇପିଏସ ଅଧିକାରୀ ସୁଧା ସିଂଙ୍କୁ ଜଗତସିଂପୁର ଏସପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ମୟୁରଭଞ୍ଜର ଅତିରିକ୍ତ ଏସପି ଥିବା ୨୦୧୬ ବ୍ୟାଚ୍ ଆଇପିଏସ ଅଫିସର ଭିନିତ୍ ଅଗ୍ରଵାଲଙ୍କୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏସଡିପିଓ ଭାବେ ନିଯୁକ୍ତି ମିଳିଛି। ୨୦୧୬ ବ୍ୟାଚ ଆଇପିଏସ ଅଧିକାରୀ ତଥା ବର୍ତ୍ତମାନ ବଲାଙ୍ଗୀର ଅତିରିକ୍ତ ଏସପି ଭାବେ କାର୍ଯ୍ୟରତ ଖିଲାରୀ ରିଶିକେଶ ଦ୍ୟାନଦେଓଙ୍କୁ ମାଲକାନଗିରି ଏସଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ଆଇପିଏସଙ୍କ ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର