ଆଇପିଏସ୍‌ ସ୍ତରରେ ଅଦଳବଦଳ: ଘନଶ୍ୟାମ ଉପାଧ୍ୟାୟ ଏସ୍‌ଆଇଡବ୍ଲୁ ଆଇଜି

ସାରା ଶର୍ମାଙ୍କୁ କ୍ରାଇମ ବ୍ରାଞ୍ଚ ଏସ୍‌ପି ଓ ନରସିଂହ ଭୋଳଙ୍କୁ ତାଳଚେର ରେଞ୍ଜ ଡିଆଇଜି ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କ୍ୟାଡର ଭାରତୀୟ ପୁଲିସ ସେବା(ଆଇପିଏସ୍‌) ସ୍ତରରେ ଶୁକ୍ରବାର ଅଦଳବଦଳ ହୋଇଛି। ଏହି ଆଧାରରେ ବରିଷ୍ଠ ପୁଲିସ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଏସ୍‌ଆଇଡବ୍ଲୁ ଆଇଜି, ନରସିଂହ ଭୋଳଙ୍କୁ ତାଳଚେର ରେଞ୍ଜ ଡିଆଜି ଓ ସୂର୍ଯ୍ୟ ଥଙ୍କାପାନଙ୍କୁ ବିଜୁ ପଟ୍ଟନାୟକ ଏକାଡେମୀର ଉପନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ସେହିଭଳି ସାରା ଶର୍ମାଙ୍କୁ କ୍ରାଇମ ବ୍ରାଞ୍ଚ ଏସ୍‌ପି ଦାୟିତ୍ୱ ମିଳିଥିବା ବେଳେ ପଦ୍ମିନୀ ସାହୁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ଏସ୍‌ଡିପିଓ ଭାବରେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର