ଲୁଧିଆନାରେ ଇସ୍କନ୍‌ ରଥଯାତ୍ରାକୁ ଦୃଢ଼ ବିରୋଧ, ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ

ପୁରୀ: ପଞ୍ଜାବର ଲୁଧିଆନାସ୍ଥିତ ଇସ୍କନ ମନ୍ଦିରରେ ଆଗାମୀ ନଭେମ୍ବର ୧୭ରେ ହେବାକୁ ଥିବା ରଥଯାତ୍ରାକୁ ତୀବ୍ର ବିରୋଧ କରାଯାଇଛି। ଏ ନେଇ ରବିବାର ପୁରୀ ସିଂହଦ୍ୱାର ଥାନାରେ ୨ଟି ସଂଗଠନ ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ନଭେମ୍ବର ୧୭ରେ ହେବାକୁ ଥିବା ପ୍ରସ୍ତାବିତ ରଥଯାତ୍ରା ପାଇଁ ଧାର୍ଯ୍ୟ ହୋଇଛି।

ଅନ୍ୟପକ୍ଷରେ ଅଦିନରେ ଇସ୍କନ ପକ୍ଷର ରଥଯାତ୍ରା ଆୟୋଜନ କରାଯାଉଥିବାରୁ ପୁରୀର ଶ୍ରୀଜଗନ୍ନାଥ ସେନା ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୁଇଟି ଭିନ୍ନ ଏତଲା ଦିଆଯାଇଛି। ଇସ୍କନର ମୁଖ୍ୟ ଅମିତ ଗର୍ଗଙ୍କ ବିରୋଧରେ ମାମଲା ରୁଜୁ ସହ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ୨ଟି ସଂଗଠନର ସଦସ୍ୟମାନେ ଦାବି କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ପ୍ରତିବର୍ଷ ଆଷାଢ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ କିନ୍ତୁ ଇସ୍କନ୍‌ ଧର୍ମାବଲମ୍ବୀମାନେ ଅଦିନରେ ରଥଯାତ୍ରା ଆୟୋଜନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି।

ସମ୍ବନ୍ଧିତ ଖବର