୮ରେ ଆଇଟିଏଓ ପକ୍ଷରୁ ଆଇଟି ମନ୍ଥନ

ଭୁବନେଶ୍ୱର : ଆସନ୍ତା ୮ତାରିଖରେ ପୁରୀଠାରେ ଦୁଇଦିନ ଧରି ଚାଲିବ ଆଇଟି ମନ୍ଥନ୍‌ ୨୦୧୮। ଇନଫରମେସନ୍‌ ଟେକ୍‌ନୋଲୋଜି ଆସୋସିଏସନ୍‌ ଅଫ ଓଡ଼ିଶା ଆଇଟିଏଓ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଡିଲର୍‌ ଏକାଠି ହୋଇ ନିଜର ବ୍ୟବସାୟ ସଂପର୍କରେ ଆଲୋଚନା କରିବେ।

ଆଜି ସହିଦନଗରେସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହାର ସଭାପତି ଶ୍ରୀନିବାସ ତ୍ରିପାଠୀ କହିଲେ, ଗତ ୨ବର୍ଷ ଧରି ରାଜ୍ୟରେ ଆଇଟି କ୍ଷେତ୍ରରେ ବିଶେଷ ବ୍ୟବସାୟ ହେଉନାହିଁ। ଏହାସହ ଇ-କମର୍ସ ଯୋଗୁଁ ୨୦/୨୫ପ୍ରତିଶତ ପର୍ଯ୍ୟନ୍ତ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି। ତେବେ ଭୁବନେଶ୍ୱର ସ୍ମାର୍ଟ ସିଟି ଘୋଷଣା ହେବା ଓ କେତେକ ନୂଆ ଟେକ୍‌ନୋଲୋଜି ବଜାରକୁ ଆସିବା ଯୋଗୁଁ ଆଗକୁ ବ୍ୟବସାୟ ବଢ଼ିବ ବୋଲି ଆଶା କରାଯାଉଛି। ଚଳିତବର୍ଷ ଏହି କାର୍ଯ୍ୟକ୍ରମକୁ ୧୨ଟି କମ୍ପାନି ସହଯୋଗର ହାତ ବଢ଼ାଇଛନ୍ତି। ଓ୍ଵାର୍ଡଓ୍ଵିଜ୍‌ ଏହାର ମୁଖ୍ୟ ସହଯୋଗୀ ରହିଛି। ତେଣୁ ଏହି ସମ୍ମିଳନୀ ଆଇଟି କ୍ଷେତ୍ରରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ସହାୟକ ହୋଇପାରିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସାଧାରଣ ସଂପାଦକ ରାକେଶ ମହାପାତ୍ର, ଉପସଭାପତି ପ୍ରକାଶ ଚନ୍ଦ୍ର ରାୟ ଓ ଆଲୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର