୨୦୧୮ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଯିବେ ଜଗାବଳିଆ: ଏମ୍ସ ଡାକ୍ତର

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଅପରେସନ ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଏମ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସ୍କିଲ ଗ୍ରାଫ୍‌ଟିଙ୍ଗ ପରେ ଜଗା ଉପରେ ପର୍ଯ୍ୟବେକ୍ଷଣ କରାଯାଉଛି। ଡାକ୍ତରଙ୍କ କହିବା ଅସୁନାରେ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ୯୫ ପ୍ରତିଶତ ପରିବର୍ତ୍ତନ ଆସିଛି ।

ସେହିଭଳି ବଳିଆର ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ପରିବର୍ତ୍ତନ ଆସୁଛି। ଅପରେସନ ପରେ ୬୫ ପ୍ରତିଶତ ପର୍ଯ୍ୟନ୍ତ ପରିବର୍ତ୍ତନ ଆସିଛି। ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ବଳିଆର ସ୍କିନ ଗ୍ରାଫ୍‌ଟିଙ୍ଗ ହେବ। ଡାକ୍ତରଙ୍କ ଆଶା ଯେ, ଜଗା ବଳିଆ ୨୦୧୮ ସୁଦ୍ଧା ସଂମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବେ ଏବଂ ତାଙ୍କୁ ତାଙ୍କ ଘରକୁ ପଠାଇ ଦିଆଯିବ।

ସମ୍ବନ୍ଧିତ ଖବର