ସାଧାରଣ ପିଲାଙ୍କ ଭଳି ଖିଆପିଆ କରିବା ସହିତ ଶିଢ଼ି ଚଢ଼ୁଛି ଜଗା

ଭୁବନେଶ୍ୱର:  ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ଜିଲ୍ଲାର ଜଗାବଳିଆଙ୍କ ସ୍ୱସ୍ଥ୍ୟାବସ୍ଥାରେ ଦିନକୁ ଦିନରେ ଉନ୍ନତି ଦେଖା ଦେଉଛି। ଜଗା ଏଇ କିଛିଦିନ ହେବ ସାଧାରଣ ପିଲାଙ୍କ ଭଳି ଖିଆପିଆ କରିବା ସଙ୍ଗେ ଡାକ୍ତର ଓ ନର୍ସଙ୍କ ସହ ଖେଳିବା ଏବଂ ଏମ୍‌ସ ପରିସରରେ ଶିଡି ବି ଚଢ଼ି ପାରୁଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଏହି ଦୃଶ୍ୟର ଏକ ଫଟୋ ମଧ୍ୟ ଉଠାଯାଇଛି। ସେହିଭଳି ବଳିଆର ଅବସ୍ଥା ପୂର୍ବାପେକ୍ଷା ଅଧିକ ସୁଧାର ଆସିଥିବା କଥା ଏମସ୍ ଡାକ୍ତର କହିଛନ୍ତି।

ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆଙ୍କ ଅସ୍ତ୍ରୋପଚାର ପାଇଁ ଗତ ବର୍ଷ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍‌ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିଲା। ତେବେ ଯୋଡ଼ାମୁଣ୍ଡ ଶିଶୁ  ଜଗାବଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଏକ ବିରଳ ଅସ୍ତ୍ରୋପଚାର ଜରିଅାରେ ଅଲଗା କରାଯାଇଥିଲା।

ସମ୍ବନ୍ଧିତ ଖବର