ଯୋଡ଼ା ମୁଣ୍ଡ ଶିଶୁ ଜଗା ଅସୁସ୍ଥ, ସୁସ୍ଥ ହେଲେ ହେବ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ

ନୂଆଦିଲ୍ଲୀ: ଦିଲ୍ଲୀରେ ଚିକିତ୍ସାଧୀନ ଥିବା ଯୋଡାମୁଣ୍ଡ ଭାଇ ଜଗାବଳିଆ ମଧ୍ୟରୁ ଜଗା ଅସୁସ୍ଥ ଅଛନ୍ତି। ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ସେ ଅସୁସ୍ଥ ଅଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦୁଇଭାଇଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହେବ। ଦୁଇଭାଇଙ୍କୁ ଏବେ ଆମେରିକା ଡାକ୍ତର ଚିକିତ୍ସା କରୁଛନ୍ତି। ଅବଜରଭେସନରେ ସେମାନଙ୍କୁ ରଖାଯାଇଛି। ବିଶ୍ୱର ଅନ୍ୟ ଡାକ୍ତରଙ୍କ ମଧ୍ୟ ସହଯୋଗ ଲୋଡାଯାଇଛି। ଫୁଲବାଣୀର ଏହି ଯୋଡାମୁଣ୍ଡ ଭାଇଙ୍କ ଚିକିତ୍ସା ଦିଲ୍ଲୀ ଏମସରେ ଚାଲିଛି। ଏଥିପାଇଁ ରାଜ୍ୟ ସରକାର କୋଟିଏ ଟଙ୍କା ସହଯୋଗ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଜଗାର ସ୍ୱାସ୍ଥ୍ୟବସ୍ଥା ଉପରେ ରାଜ୍ୟ ସରକାର ଦୃଷ୍ଟି ରଖିଛନ୍ତି। ସେ ସୁସ୍ଥ ହୋଇ ଉଠିଲା ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଲାଗି ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର