କେମିତି ଅଛନ୍ତି ଜଗା-ବଳିଆ ! ଦିଲ୍ଲୀ ଏମ୍ସ ବାହାରେ ବୁଲିଲା ଜଗା, ବଳିଆର ସ୍ୱାସ୍ଥ୍ୟରେ ଉନ୍ନତି

ନୂଆଦିଲ୍ଲୀ: ଓଡ଼ିଶାର କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଅପରେସନ ପରେ ଅଲଗା ଅଲଗା ବେଡରେ ରଖାଯାଇ ଚିକିତ୍ସା ଚାଲିଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟରେ ବ୍ୟାପକ ଉନ୍ନତି ଆସିଛି। ଉଭୟ ଶିଶୁ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ସୁସ୍ଥ ଅନୁଭବ କରୁଛନ୍ତି। ଜଗା ହସ୍ପିଟାଲରେ ବେଡରୁ ଉଠି ବାହାରେ ବୁଲାବୁଲି କରୁଛି। ରିପୋର୍ଟ ଅନୁସାରେ ଜଗା ପ୍ରଥମ ଥର ପାଇଁ ଏମ୍ସ ବାହାରକୁ ଯାଇ ଇଣ୍ଡିଆ ଗେଟ ବୁଲିଛି। ସେହିପରି ବଳିଆର ସ୍ୱାସ୍ଥ୍ୟଗତ ଉନ୍ନତି ହୋଇଥିବା ପରିଲକ୍ଷିତ ହେଉଛି। କାଳିଆ ତରଳ ଖାଦ୍ୟ ଖାଉଛି।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ମିଳିପଡା ଗାଁର ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତବର୍ଷ ଅକ୍ଟୋବରରେ ଏମ୍ସ ଡାକ୍ତର ଟିମ ୨୧ ଘଣ୍ଟା ସର୍ଜରୀ କରିବା ପରେ ଜଗା-ବଳିଆଙ୍କୁ ଅଲଗା କରିଥିଲେ। ଏକଦା ଯୋଡ଼ାମୁଣ୍ଡ ଜଗା-ବଳିଆଙ୍କ ସଫଳ ଅପରେସନ ପାଇଁ ଦେଶବାସୀ ଚିନ୍ତା କରିଥିଲେ। ଓଡ଼ିଶାରେ ଅନେକ ସାମାଜିକ ସଂଗଠନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିରରେ ଦୀପ ଜାଳିଥିଲେ।

ସମ୍ବନ୍ଧିତ ଖବର