ଶ୍ରୀମନ୍ଦିର ପ୍ରଶାସନର ଦେ।’ମୁହାଁ ନୀତି, ଧାଡ଼ି ଦର୍ଶନ ବାଧୁନି

ବନ୍ଦ ଦିନ ଜୋତା ପିନ୍ଧାଙ୍କୁ ଫାଙ୍କିେଲ ଆମିକସ୍‌ କ୍ୟୁରି ଅସୁସ୍ଥ, ଶୁଣାଣି ସ୍ଥଗିତ ରହିପାରେ

ନୂଆଦିଲ୍ଲୀ: ଧାଡି ଦର୍ଶନରେ ଅବ୍ୟବସ୍ଥାକୁ େନଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଏହାକୁ େକାହଳ କରିଛି। ମାତ୍ର ସୁପ୍ରିମକୋର୍ଟଙ୍କ ନିକଟରେ ଯେଉଁ ସତ୍ୟପାଠ ଦାଖଲ କରାଯାଇଛି, େସଥିେର ପ୍ରଶାସନ ଦର୍ଶାଇଛି େଯ ଧାଡିଦର୍ଶନ ଦ୍ବାରା ଭକ୍ତମାନଙ୍କର କୌଣସି ଅସୁବିଧା େହଉନାହିଁ। ବରଂ ଏହା ପରିବର୍ତନର ବାଟ େଖାଲିଛି। ଏ େନଇ େହାଇଥିବା ଅଭିେଯାଗକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। େକବଳ େସତିକି ନୁେହଁ, ୩ ତାରିଖ ଦିନ ପୁରୀ ବନ୍ଦ େବଳେ ପୁଲିସ େଜାତା ପିନ୍ଧି ଶ୍ରୀମନ୍ଦିରରେ ପଶିଥିେଲ େହଁ, େସକଥାକୁ ବି ମାନିନାହାନ୍ତି ଶ୍ରୀମନ୍ଦିର କର୍ତୃପକ୍ଷ। ଶ୍ରୀମନ୍ଦିର ପ୍ରଶାସନର ଏଭଳି େଦାମୁହାଁ ନୀତି ସମସ୍ତଙ୍କୁ ତାଜୁବ କରିଛି।

ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା ମାମଲାରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ପୂର୍ବରୁ ଆଜି ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସତ୍ୟପାଠ ଦାଖଲ କରାଯାଇଛି। ଚଳିତ ମାସ ୧୦ ତାରିଖରେ ଇଣ୍ଟରକଣ୍ଟିନେଣ୍ଟାଲ ଆସୋସିଏସନ ସଂସ୍ଥା ଦ୍ବାରା ସୁପ୍ରିମ୍‌ କୋର୍ଟରେ ତ୍ବରିତ ଆବେଦନ ଦାଖଲ କରାଯାଇ ପୁରୀ ଜିଲ୍ଲା ଜଜ୍‌ଙ୍କ ଜୁନ୍‌ ୩୦ ପରାମର୍ଶ ଏବଂ ଜୁଲାଇ ୫ ତାରିଖ ସୁ୍ପ୍ରିମ୍‌ କୋର୍ଟଙ୍କ ଆଦେଶ ଉପରେ ଏକପାଖିଆ ରହିତାଦେଶ ଜାରି କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ଆବେଦନକୁ କୋର୍ଟ ଗ୍ରହଣ କରି ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ୩ ପୃଷ୍ଠାର ସତ୍ୟପାଠରେ ପୁରୀ ହିଂସାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୯୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା କୁହାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ୧୧ ପୃଷ୍ଠାର ସତ୍ୟପାଠରେ ଜବାବ ରଖିଛି। ସତ୍ୟପାଠରେ ଆବେଦନକାରୀଙ୍କ ଦ୍ବାରା ଯେଉଁ ସବୁ ଅଭିଯୋଗ କରାଯାଇଛି ସେଥିରେ କୌଣସି ସତ୍ୟତା ନଥିବା କୁହାଯାଇଛି। ସତ୍ୟପାଠରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ ସେଦିନ କିମ୍ବା ଅନ୍ୟ କୌଣସି ଦିନ ପୁଲିସ ମନ୍ଦିର ପରିସରକୁ େଜାତା ପିନ୍ଧି କିମ୍ବା ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରିନାହିଁ। ପୁଲିସ ଅଧିକାରୀମାନଙ୍କୁ ଜଗନ୍ନାଥ ମନ୍ଦିର ପରିସରରେ ସେମାନଙ୍କ କାର୍ଯ୍ୟ ସଂପାଦନା ସମୟରେ ମୋଜା ନ ପିନ୍ଧିବା ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଆବେଦନକାରୀଙ୍କ ଅଭିଯୋଗ କପୋଳକଳ୍ପିତ ଓ ଅବାସ୍ତବ ବୋଲି ଏଥିରେ ଦର୍ଶାଯାଇଛି । ସତ୍ୟପାଠରେ କୁହାଯାଇଛି ଯେ ସୁପ୍ରିମ୍‌ କୋର୍ଟଙ୍କ ଜୁଲାଇ ୭ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ଦିର ପ୍ରଶାସନ ବାଧ୍ୟ। ଜୁଲାଇ ୭, ୨୦୧୮ ଆଦେଶରେ ଠାକୁରଙ୍କ ଶାନ୍ତି ଶୃଙ୍ଖଳା ଓ ବାଧାମୁକ୍ତ ଦର୍ଶନ ପାଇଁ ନୀତି ପ୍ରସ୍ତୁତ ନିମନ୍ତେ ଗୁରୁତ୍ବାରୋପ କରାଯାଇଥିଲା। ଆବେଦନକାରୀଙ୍କ ଦ୍ବାରା ଧାଡ଼ିଦର୍ଶନ ଭକ୍ତମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବା ଅଭିଯୋଗକୁ ମଧ୍ୟ ସତ୍ୟପାଠରେ ଖଣ୍ଡନ କରାଯାଇଛି। ଏ ନେଇ ଜନସାଧାରଣଙ୍କ ପାଖରୁ ମିଳିଥିବା ପରାମର୍ଶ ମ୍ୟାନେଜିଂ କମିଟି ଦ୍ବାରା ପରୀକ୍ଷା କରାଯାଉଛି। ସତ୍ୟପାଠରେ ଅକ୍ଟୋବର ୩ରେ ପୁରୀର ଜନସାଧାରଣ ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ବନ୍ଦ ଡାକରା ଦେଇନଥିଲେ। ବରଂ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରିଥିଲେ ବୋଲି ଉ‌େଲ୍ଲଖ କରାଯାଇଛି।

ଅନ୍ୟପକ୍ଷରେ ଆସନ୍ତାକାଲି ସୁପ୍ରିମ୍‌ କୋର୍ଟ ବିଚାରପତି ମଦନ ବି ଲୋକୁର, ଏସ୍‌ ଏ ନାଜିର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଶ୍ରୀମନ୍ଦିର ମାମଲାର ଶୁଣାଣି ‌େନଇ ଅନିଶ୍ଚିତତା ଉପୁଜିଛି। ଆଜି ଖଣ୍ଡପୀଠରେ ପୁରୀ ଶ୍ରୀମନ୍ଦିର ମାମଲାରେ କୋର୍ଟ ଦ୍ବାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ଙ୍କ ପକ୍ଷରୁ ଓକିଲ ବିବେକ ରାଜା ସୁବ୍ରମଣ୍ୟମ୍‌ଙ୍କ ଅସୁସ୍ଥତା ହେତୁ ଶୁଣାଣିକୁ ସ୍ଥଗିତ ରଖିବାକୁ ଆବେଦନ କରିଥିଲେ। କିନ୍ତୁ ଖଣ୍ଡପୀଠ କହିଥି‌େଲ, ଧାର୍ଯ୍ୟ କରାଯାଇଥିବା ତାରିଖ ଅନୁସାରେ ଶୁଣାଣି ହେବ। ସୁବ୍ରମଣ୍ୟମ୍‌ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବାରୁ ତାଙ୍କ ଅନୁପସ୍ଥିତିରେ ସମ୍ଭବତଃ ସୁପ୍ରିମ୍‌ କୋର୍ଟ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର