ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି ଆଜି, ଅପରାହ୍ନରେ ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି(ବୁଧବାର) ପବିତ୍ର ରେଖା ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ତେବେ ରାହୁରେଖା ଲାଗି ପାଇଁ ଶ୍ରୀମନ୍ଦିରରେ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ଦ୍ବିତୀୟ ଭୋଗମଣ୍ଡପ ପରେ ଅର୍ଥାତ ପ୍ରାୟ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ନୀତି ଚାଲିବ। ଫଳରେ ଏହି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ସ୍ନାନପୂର୍ଣ୍ଣିମା ଦିନ ପହଣ୍ଡି ହୋଇ ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରିବା ସମୟରେ ରାହୁରେଖା ଓଲାଗି ହୋଇଥାଏ। ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀମୁଖରେ ରାହୁରେଖା( ଏକ ସୁନାର ପଟି) ଲାଗି ହେବ।

ସମ୍ବନ୍ଧିତ ଖବର