ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ପରାମର୍ଶ ନିଆଯାଉ : ଧର୍ମେନ୍ଦ୍ର

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ

ଭୁବନେଶ୍ୱର : ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ ପରି ଏକ ସମ୍ବେଦନଶୀଳ ମାମଲାକୁ ଗୁରୁତର ସହ ନେବାର ଆବଶ୍ୟକତା ରହିଛି। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ପରାମର୍ଶ ନେଇ ଏହି ପ୍ରସଙ୍ଗରେ ଆଗକୁ ବଢ଼ିବା ଉଚିତ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଶ୍ରୀମନ୍ଦିର ପ୍ରସଙ୍ଗରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଲେ, ଏହା ଏକ ଆସ୍ଥା ଓ ଧାର୍ମିକ ଭାବନାର ବିଷୟ। ଏହା କିପରି ନିର୍ଣ୍ଣୟ ହେବ, ସେ ନେଇ ଦେଶରେ ବିଧି ବ୍ୟବସ୍ଥା ରହିଛି। ଏ ସମ୍ପର୍କରେ ଗଜପତି ମହାରାଜ ଗତକାଲି ମନ୍ତବ୍ୟ ଦେଇଛନ୍ତି। ଆମେ ସମସ୍ତେ ବିଶ୍ୱାସ କରୁଥିବା ପୁରୀର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ାଯିବ ଦରକାର। ପରମ୍ପରା ଓ ଧାର୍ମିକ ଭାବନା ସହ ଯୋଡ଼ି ହୋଇଥିବା ପ୍ରସଙ୍ଗରେ ମାନ୍ୟତାପ୍ରାପ୍ତ ବ୍ୟବସ୍ଥା ଓ ପୀଠର ଧାର୍ମିକ ମୁଖ୍ୟମାନଙ୍କ ପରାମର୍ଶ ନିହାତି ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର