ଖୋଲା ହେଲା ନୀଳଚକ୍ର ଭାରା

ପୁରୀ : ନୀଳଚକ୍ର ମରାମତି କାମ ସରିଥିଲେ ହେଁ ବନ୍ଧା ହୋଇଥିବା ଭାରା ଖୋଲି ନଥିବାରୁ ଭକ୍ତ ଦର୍ଶନରୁ ବଂଚିତ ରହିଥିଲେ। ହାଇକୋର୍ଟଙ୍କୁ ଭୁଲ ତଥ୍ୟ ଦେଇଥିବାରୁ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ‘ସମ୍ବାଦ’ରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ଆଜି ନୀଳଚକ୍ର ଭାରାରେ ଲାଗିଥିବା ପଟା ସବୁ ଖୋଲି ଦିଆଯାଇଛି। ଫଳରେ ନୀଳଚକ୍ର ଭାର ହାଲକା ହୋଇଛି। ଖୁବ୍‌ଶୀଘ୍ର ନୀଳଚକ୍ରରେ ଲାଗିଥିବା ଲୁହା ରଡ୍‌ ଖୋଲାଯିବ ବୋଲି ଜଣାପଡ଼ିଛି। ନୀଳଚକ୍ରରେ ସାମାନ୍ୟ କିଛି କାମ ବାକି ରହିଥିବାରୁ ଏହି ଲୁହା ରଡ୍‌ ରଖାଯାଇଛି।

ସମ୍ବନ୍ଧିତ ଖବର