ଶ୍ରୀମନ୍ଦିରକୁ ସୁରକ୍ଷ‌ା ଦେବ କିଏ?

ଠାକୁରଙ୍କୁ ଢେଲାମାଡ, ଅରୁଣ ସ୍ତମ୍ଭ କ୍ଷତବିକ୍ଷତ, ସରକାରୀ ତନାଘନା ନାହିଁ, ଡିଜି ବୁଲି ଆସି ନିରବ, ଶଙ୍କରାଚାର୍ଯ୍ୟ, ଗଜପତି, ମଠାଧୀଶ ବି ଚୁପ୍

ପୁରୀ : ପୁରୀ ବନ୍ଦ ବେଳେ ଘଟିଥିବା ହିଂସା ଘଟଣାରେ କାଳେ କିଏ ପୁଲିସର ଉତ୍ତରଦାୟିତ୍ବ ନେଇ ପ୍ରଶ୍ନ ଉଠାଇବ, ସେଥିପାଇଁ ପ୍ରତିକ୍ରିୟାଶୀଳ ହୋଇଉଠିଛି। ଯାହାକୁ ପାରିଲେ, ତାକୁ ମାମଲାରେ ଛନ୍ଦି ରାତି ଅଧିଆ ଚଢାଉ ସହିତ ଗିରଫ ସଂଖ୍ୟା ବଢାଇ ଚାଲିଛନ୍ତି ଅଧିକାରୀ। ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଘର ଭଂଗାରୁଜା ଘଟଣାରେ ଏସପି ୫ଜଣ ତଳିଆ ପୁଲିସ କର୍ମଚାରୀଙ୍କୁ ବି ନିଲମ୍ବିତ କରିଛନ୍ତି।

ହେଲେ ଗତ ୩ ତାରିଖ ଦିନ ହିଂସାକାଣ୍ଡ ବେଳେ ସିଂହଦ୍ବାରରେ ଯେଉଁ ଅଭାବନୀୟ ଘଟଣା ଘଟିଲ‌ା, ତା ଉପରୁ ରହସ୍ୟ ଉଠାଇ ପାରିନାହାନ୍ତି। ସେ ଦିନ ସିଂହଦ୍ବାର ଗୁମୁଟରେ ଥିବା ପତିତପାବନଙ୍କ ଉପରେ କିଏ ଆକ୍ରମଣ କଲା? ଢେଲା ପକାଇଥିବା ତଥାକଥିତ କଳାପାହାଡଙ୍କୁ ଏଯାଏ ପୁଲିସ ଚିହ୍ନଟ କରିବାକୁ ସକ୍ଷମ ହୋଇନାହିଁ। କେଉଁ ପରିସ୍ଥିତିରେ ଅରୁଣ ସ୍ତମ୍ଭ କ୍ଷତବିକ୍ଷତ ହେଲା, ସେ କଥା ଉପରୁ ରହସ୍ୟ ଉଠାଇବାକୁ କେହି ଆଗ୍ରହ ଦେଖାଉନାହାନ୍ତି। କେଉଁ ପରିସ୍ଥିତିରେ ପୁଲିସ ଜୋତା ପିନ୍ଧି ଶ୍ରୀମନ୍ଦିରକୁ ପଶିଗଲା, ଏମାେନ କିଏ, ତାକୁ ବି ଚିହ୍ନଟ କରାଯାଇପାରିଲା ନାହିଁ। ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବା ନେଇ ଏ କ୍ଷେତ୍ରରେ ଦଫା ଲାଗିବା କଥା। ମାତ୍ର ଖୋଦ୍ ସିଂହଦ୍ବାର ଥାନାଧିକାରୀ ସ୍ବୀକାର କରିଛନ୍ତି ଯେ ଦଫା ୨୯୫ (କ) ଲାଗିବା କଥା। କିନ୍ତୁ ଏମିତି ଦଫା ଲାଗିନାହିଁ।

ପୁରୀ ବନ୍ଦ ହିଂସାରୁ କିଏ କେତେ ରାଜନୈତିକ ଫାଇଦା ନେବ ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଠାକୁରଙ୍କ ପ୍ରତି ହୋଇଥିବା ଏହି ଘଟଣାକୁ ସମସ୍ତେ ଯେମିତି ଭୁଲିଯାଇଛନ୍ତି। କୌଣସି ଧର୍ମୀୟ ସଂଗଠନ ବି ମୁହଁ ଖୋଲୁନାହାନ୍ତି। ଧର୍ମକୁ ନେଇ ସର୍ବଦା ନିଜ ମତ ରଖୁଥିବା ପୁରୀର ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ଏଯାଏ ଚୁପ୍ ଅଛନ୍ତି। ପୁରୀ ଗଜପତି ମହାରାଜ ତାଙ୍କ ପ୍ରତିକ୍ରିୟା ରଖିବା ଲାଗି ଆଗ୍ରହ ଦେଖାଇ ନାହାନ୍ତି। ଆଇନ ମନ୍ତ୍ରୀ ପ୍ରତାପ ଜେନା ଥରୁଟିଏ ବି ଏ ସଂପର୍କରେ ବୈଠକ ଡାକି ପ୍ରଶାସନ ସହିତ ଆଲୋଚନା କରିନାହାନ୍ତି। ସହରରେ ମାଳ ମାଳ ମଠ ରହିଛି। ମଠାଧୀଶମାେନ ନୀତିପ୍ରତି ପ୍ରବଚନ ଦେଉଛନ୍ତି। ହେଲେ ଯେତେେବଳେ ଶ୍ରୀମନ୍ଦିର ଉପରେ ଦୁର୍ବୃତ ଆକ୍ରମଣ କରିଛନ୍ତି, ସେ ନେଇ ସେମାେନ ବି ମୁହଁଖୋଲିବାକୁ ପ୍ରସ୍ତୁତ ନାହାନ୍ତି। ଏହି ଘଟଣା ଏବେ ସବୁ ଆଡେ ଚର୍ଚ୍ଚାର ବିଷୟ ହୋଲାଣି। ଭକ୍ତଙ୍କ କ୍ଷୋଭକୁ ବହୁଗଣିତ କରିଛି।

ଗତ ୩ ତାରିଖରେ ଘଟିଥିବା ପୁରୀ ହିଂସା ଘଟଣାରେ ମହାପ୍ରଭୁ ବା‌ଦ ପଡିନଥିଲେ। ଆନ୍ଦୋଳନକାରୀ ବ୍ୟାରିକେଡ ଭଂଗା ରୁଜା କରିଥିଲେ। ସବୁ କିଛି ଛାରଖାର କରିଦେଇଥିଲେ। କେକବଳ ସେତିକି ନୁେହଁ, ସିଂହଦ୍ବାର ଗୁମୁଟରେ ଥିବା ପତିତପାବନ ମହାପ୍ରଭୁଙ୍କ ବାମ ଆଖିକୁ ଢେଲ‌ା ମାଡ଼ କରିଥିଲେ। ‌ପତିତପାବନ ଖଣ୍ଡିଆ ହୋଇଗଲେ। ଢେଲାମାଡରେ ଅରୁଣ ସ୍ତମ୍ଭ କ୍ଷତ ବିକ୍ଷତ ହୋଇଥିଲା। ସିଂହଦ୍ବାରର ସିଂହ ବି ବାଦ ପଡିନଥିଲେ। ସିଂହଦ୍ବାରରେ ରହିଥିବା ଜୟ ବିଜୟ ମୂର୍ତ୍ତି ଭାଂଗିଥିଲା।

ଶ୍ରୀମନ୍ଦିରରେ ସାମ୍ନାରେ ଆଉ ଏକ କଳାପାହାଡ ଆର୍ବିଭାବ ହେଲା। ଏତେ ବଡ଼ ଘଟଣା କିନ୍ତୁ କାହାକୁ ଆନ୍ଦୋଳିତ କରୁନାହିଁ। ରାଜ୍ୟ ସରକାର ବିଚଳିତ ନୁେହଁ। ଥରୁଟିଏ ବି ସରକାରୀସ୍ତରରେ ସଚିବାଳୟରେ ଏ ନେଇ ତନାଘନା ହୋଇନାହିଁ। ଘଟଣାର ୨୪ ଘଣ୍ଟା ପରେ ପୁଲିସ ମହାନିର୍ଦେଶକ ଦଳ ବଳ ନେଇ ଶ୍ରୀମନ୍ଦିର ସାମ୍ନାରେ ସ୍ଥିତି ଯାଞ୍ଚ କଲେ। କଣ ଦେଖିଲେ କେଜାଣି, ଏଯାଏ ଚୁପ୍ ବସିଛନ୍ତି। ଶ୍ରୀମନ୍ଦିରକୁ ସୁରକ୍ଷା ଦେଇପାରିନଥିବା ପୁଲିସ ବିେରାଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ତାଙ୍କ ହାତ ଯାଉନାହିଁ। ଓଡ଼ିଶାବାସୀଙ୍କ ଧର୍ମୀୟ ଭାବନାରେ ଆଘାତ ଲଗାଇଥିବା ବ୍ୟକ୍ତିଙ୍କ ପ୍ରତି ସରକାରୀସ୍ତରରେ ଏେତ ଦୟା ଭାବ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆେନ୍ଦାଳିତ କରୁଛି।

ଉେଲ୍ଲଖଯୋଗ୍ୟ, ନବକଳେବର ମହାବିଭ୍ରାଟ ହେଲା। ସେବକ-ପ୍ରଶାସନ ମଧ୍ୟରେ ସର୍ବନିମ୍ନ ସମନ୍ବୟ ରହିଲାନି। ଶ୍ରୀମନ୍ଦିର ପ୍ରଶାସନ ଫେଲ୍ ମାରିଲା। କାର୍ଯ୍ୟାନୁଷ୍ଠାନ ହେଲାନି। ନୀଳାଦ୍ରି ବିଜେ ଦିନ ସୁଦର୍ଶନଙ୍କୁ ରଥ ଉପରେ କିଛି ସେବକ ଅଟକ ରଖିଲେ। ତତ୍କାଳୀନ ମନ୍ତ୍ରୀ, ପ୍ରଶାସକଙ୍କ ସାମ୍ନାରେ ଏ ଘଟଣା ଘଟିଲା। ପ୍ରଶାସନ ହାତଗଣତି ସେବାୟତଙ୍କୁ କିଛି ମାସ ପାଇଁ ନିଲମ୍ବିତ କରି ଦାୟିତ୍ବ ଝାଡିଦେେଲ। ପରବର୍ତୀ ସମୟରେ ମନ୍ତ୍ରୀ ବଦଳିଲେ, କିନ୍ତୁ ବାବୁଙ୍କୁ ମାଫ୍। ସେବେଠାରୁ ବାରମ୍ବାର ଶ୍ରୀମନ୍ଦିରକୁ ନେଇ ଅଘଟଣ ଘଟୁଥିଲେ ହେଁ, ସରକାର କାହିଁକି ବା କାହା ଇସାରାରେ ପଦକ୍ଷେପ ନେଉନାହାନ୍ତି ତାହା କାହାକୁ ବୁଝାପଡୁନାହିଁ।

ସମ୍ବନ୍ଧିତ ଖବର