କ୍ଷମା ମାଗିଲେ ସିଏସଆଇଆର ନିର୍ଦେଶକ

ପୁରୀ : ଏଏସଆଇକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଏହି ନୋଟିସ୍‌ ପରେ ସିଏସଆଇଆର୍‌ କର୍ତ୍ତୃପକ୍ଷ ଏଥିନେଇ ତୁରନ୍ତ କ୍ଷମାପ୍ରାର୍ଥନା କରିଛନ୍ତି। ପ୍ରତିଷ୍ଠାନର ନିର୍ଦେଶକ ଡ. ପ୍ରଦୀପ ସିଂହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଜେନାଙ୍କ ନିକଟକୁ ଏକ ପତ୍ର ଲେଖି ତାଙ୍କ ସହଯୋଗୀ ସଦାନନ୍ଦ ଶର୍ମା ଶ୍ରୀମନ୍ଦିରର କିଛି ଗୁପ୍ତ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରାଇଥିବାରୁ ଦୁଃଖପ୍ରକାଶ କରିବା ସହ ପ୍ରତିଷ୍ଠାନ ତରଫରୁ ଏଥିଲାଗି କ୍ଷମାପ୍ରାର୍ଥନା କରିଛନ୍ତି। ଡ. ସିଂହ ଲେଖିଛନ୍ତି ଯେ ସିଏସଆଇଆରର ସିନିୟର ଟେକ୍ନିକାଲ୍‌ ଅଫିସର୍‌ ସଦାନନ୍ଦ ଶର୍ମା ଏହି ଘଟଣାରେ ପୂର୍ବରୁ କ୍ଷମାପ୍ରାର୍ଥନା କରିସାରିଛନ୍ତି। ତେବେ ସେ ପୁନର୍ବାର ପ୍ରତିଷ୍ଠାନ ତରଫରୁ ସଦାନନ୍ଦଙ୍କ ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମାପ୍ରାର୍ଥନା କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନହେବା ଲାଗି ଯତ୍ନବାନ ହେବେ ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର