ଜଗନ୍ନାଥପ୍ରସାଦ : ୧୬ ଶଯ୍ୟା ବିଶିଷ୍ଟ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଛଅ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଏଠାରେ ଜଣେ ଆସିଷ୍ଟାଣ୍ଟ୍ ସର୍ଜନ୍ ଓ ଆଉ ଜଣେ ଚୁକ୍ତିଭିତ୍ତିକ ଡାକ୍ତର ଅଛନ୍ତି। ଉଭୟ ୩ ଦିନ ଲେଖାଏଁ ପାଳି କରି ଡାକ୍ତରଖାନାକୁ ଆସୁଥିବା ବେଳେ ଛୁଟିରେ ରହିଲେ ରୋଗୀସେବା ବନ୍ଦ ରହେ। ମଙ୍ଗଳବାର ବି ସେହି ପରିସ୍ଥିତି ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ଦୁଇ ଡାକ୍ତରଙ୍କ ଅନୁପସ୍ଥିତିରେ ଔଷଧ ବିତରକ ଡାକ୍ତର କାମ ତୁଲାଉଥିଲେ। ତାଙ୍କ ପାଖରେ ରୋଗୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ସେ ରୋଗ ଚିହ୍ନଟ କରିବା ସହ ନିଜେ ଔଷଧ ବି ବିତରଣ କରୁଥିଲେ। ତା ସାଙ୍ଗକୁ ରେକର୍ଡରେ ସବୁ ଲେଖୁଥିଲେ। ଏପଟେ ଓପିଡି, କାର୍ଯ୍ୟାଳୟ, ଚକ୍ଷୁ ପରୀକ୍ଷାଗୃହ ଓ ଜନ୍ମ ମୃତ୍ୟୁ ପ୍ରମାଣପତ୍ର କାର୍ଯାଳୟରେ ତାଲା ଝୁଲୁଥିଲା। କାରଣ ପଚାରିବା ବେଳକୁ ସୂଚନା ମିଳିଥିଲା ଯେ, କାର୍ଯ୍ୟରତ ଟେକ୍ନିସିଆନ ଓ କିରାଣି ଦୁହେଁ ସପ୍ତାହରେ କେବଳ ବୁଧବାର ଏବଂ ଶୁକ୍ରବାରରେ ଆସୁଛନ୍ତି। ବହୁ ଦୂରରେ ଥିବାରୁ ସବୁବେଳେ ଆସିବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇପାରୁନି। ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଶୌଚାଳୟ ବ୍ୟବହାର ଅନୁପଯୁକ୍ତ ହୋଇଥିବା ବେଳେ ଅନ୍ୟ ଦୁଇଟି ନିର୍ମାଣ କାର୍ଯ୍ୟ ଚାଲିଥିବା ବିପିଏମ ହୃଷୀକେଶ ବିଷୋୟୀ କହିଥିଲେ। ସେହିପରି ବାୟୋମେଟ୍ରିକ୍ ମେସିନ୍ ଲାଗିଥିଲେ ବି ତାହା ଠିକ୍ ଚାଲିଛି କି ନାହିଁ କିଛି ଜଣାପଡ଼ି ନଥିଲା। ସେହିପରି ଏଠି ଦୁଇ ଷ୍ଟାଫ ନର୍ସ, ଫାର୍ମାସିଷ୍ଟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବି ଖାଲି ପଡ଼ିଛି। ଯେଉଁ ଡାକ୍ତରଖାନାର ସ୍ଥିତି ଏମିତି, ସେଠି ରୋଗୀ ରହି ଚିକିତ୍ସିତ ହେବ ବା କେମିତି? ତେଣୁ ଅଧିକାଂଶ ଦିନ ଏଠି ଇନଡୋରରେ ଜଣେ ବି ରୋଗୀ ରହି ଚିକିତ୍ସିତ ହୁଅନ୍ତି ନାହିଁ।
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ସିଏଚ୍ସି : ଔଷଧ ବିତରକ ସାଜିଛନ୍ତି ଡାକ୍ତର, ଚକ୍ଷୁ ପରୀକ୍ଷା କେନ୍ଦ୍ରରେ ତାଲା
/sambad/media/post_attachments/wp-content/uploads/2019/10/5113IMG_20191015_115103980_10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)