ଜଗତସିଂହପୁରରେ ଗର୍ଭବତୀଙ୍କୁ ଯନ୍ତ୍ରଣା: ପ୍ରସବ ଯନ୍ତ୍ରଣା ବେଳେ ଘରୋଇ ଡାକ୍ତରଖାନାକୁ ପଠାଇଦେଲେ ଡାକ୍ତର

ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ପ୍ରସବ କଲେ ମହିଳା

ଜଗତସିଂହପୁର: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳା ସ୍ୱର୍ଣ୍ଣଲତା ମାଝୀଙ୍କୁ ଡାକ୍ତର ଓ ନର୍ସ ଜାଣି ଶୁଣି ବିପଦକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ଆଜି ଏନେଇ ଆଡଭୋକେଟ୍ ବାସୁଦେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୧୦ ମିନିଟ ଧାରଣାରେ ବସି ପ୍ରତିବାଦ କରିଥିଲେ । ଅଭିଯୋଗ ଅନୁସାରେ ଗତକାଲି ଦିନରେ ସ୍ୱର୍ଣ୍ଣଲତା ମାଝୀ ଡାକ୍ତରଖାନା ପ୍ରସବ ପାଇଁ ଆସିଥିଲେ । ହେଲେ ତାଙ୍କୁ କୌଣସି ଡାକ୍ତର ଦେଖି ନଥିଲେ । ରାତିରେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ଡାକ୍ତରଙ୍କୁ ଅନୁରୋଧ କଲେ । ଡାକ୍ତର ବାବୁ ଦେଖିଲେ ସତ, ହେଲେ ଅପରେସନ କରିବାକୁ ପଡ଼ିବ ।

ରାତିରେ ଏଠାରେ ଅପରେସନ ହୋଇ ପାରିବ ନାହିଁ ବୋଲି ମନା କରିଥିଲେ । କିଛି ସମୟ ପରେ ଏକ ଘରୋଇ ନର୍ସିଂହୋମକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ତେବେ ସେଠାରେ ଥିବା କିଛି ନର୍ସ ମଧ୍ୟ ହଁରେ ହଁ ଭରିଥିଲେ । ତେବେ କିଛି ଉପାୟ ନପାଇଁ ଘରୋଇ ନର୍ସିଂହୋମକୁ ଯାଇଥିଲେ ସ୍ୱର୍ଣ୍ଣଲତା । ତେବେ ଏହି ସମୟରେ ଖବର ପାଇଁ ଆଇନଜୀବୀ ବାସୁଦେବ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ । ସନ୍ତୋଷ ଜନକ ଉତ୍ତର ନମିଳିବାରୁ ସଙ୍ଗେ ସଙ୍ଗେ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କୁ ଜଣାଇଥିଲେ । ତେବେ ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଘରୋଇ ନର୍ସିଂହୋମରୁ ପ୍ରସୂତୀଙ୍କୁ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇ ପ୍ରସବ କରାଯାଇଥିଲା ।

ଏଠି ପ୍ରଶ୍ନ ଉଠିଛି ସରକାରୀ ଡାକ୍ତରଖାନାରେ ସରକାର ଦଲାଲ ମୁକ୍ତ ପାଇଁ ପ୍ରସାୟ କଲେ । ସବୁ ସୁବିଧା ଯୋଗାଇ ଦେଲେ । ମହିଳାମାନଙ୍କୁ କିଭଳି ଅଧିକ ଯତ୍ନ ନିଆଯିବ ସେଥିପାଇଁ ଗୁରୁତ୍ୱ ଦେଉଛନ୍ତି । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜେ ଡାକ୍ତର ବାବୁଙ୍କ ଘରୋଇ ନର୍ସିଂହୋମ ପ୍ରେମ ଦେଖିବାକୁ ମିଳିଛି । ଏହାର ପ୍ରତିବାଦରେ ଆଜି ଆଇନଜୀବୀ ବାସୁଦେବ ଧାରଣାରେ ବସିଥିଲେ । ଘଟଣାକୁ ଚାପି ଦେବା ପାଇଁ ମେଡିକାଲ କର୍ମଚାରୀ୍, ନର୍ସ ଲାଗି ପଡ଼ିଥିଲେ । ଏମିତିକି ମହିଳାଙ୍କ ପରିଚୟ ଦେଇ ନଥିଲେ କି ତାଙ୍କ ପାଖକୁ ଯିବାକୁ ଛାଡି ନଥିଲେ ।

ସମ୍ବନ୍ଧିତ ଖବର