କ˚ଗ୍ରେସରେ ଯୋଗଦେଲେ ଯଜ୍ଞେଶ୍ବର

ପଞ୍ଚାନନଙ୍କ ‘କ˚ଗ୍ରେସ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ବରିଷ୍ଠ ରାଜନେତା, ପୂର୍ବତନ ବିଧାୟକ ତଥା ସମବାୟବିତ୍‌ ଯଜ୍ଞେଶ୍ବର ବାବୁ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଦେଶରେ କ˚ଗ୍ରେସ ଦଳ ହିଁ କେବଳ ଗଣତନ୍ତ୍ରକୁ ସୁରକ୍ଷା ଦେଇପାରିବ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାରେ ରାଜନୈତିକ ପରିବର୍ତନ ସମ୍ଭବ ବୋଲି ସେ କହିଥିଲେ।

ଆଜି କ˚ଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ଯଜ୍ଞେଶ୍ବରଙ୍କୁ ପିସିସି ସଭାପତି କଂଗ୍ରେସ ଦଳକୁ ବିଧିବଦ୍ଧ ଭାବେ ସ୍ବାଗତ କରିଥିଲେ। ଏହି ମିଶ୍ରଣ ଫଳରେ କଂଗ୍ରେସ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ଶ୍ରୀ ଯଜ୍ଞେଶ୍ବର କହିଲେ ଯେ କଂଗ୍ରେସ ଦଳକୁ ମଜବୁତ୍‌ କରିବା ଦିଗରେ ତାଙ୍କ ଦ୍ବାରା ଯାହା ସମ୍ଭବ ସେ କରିବେ। ଏହି ମିଶ୍ରଣ ପର୍ବରେ ତାଙ୍କ ସହିତ କିଛି ବିଜେପି କର୍ମୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ଯଜ୍ଞେଶ୍ବର ବିଜେଡିରେ ଥିଲେ। ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ର ଓଡ଼ିଶା ଜନମୋର୍ଚା ଗଠନ କରିବା ପରେ ସେ ସେହି ଦଳର ମହାସଚିବ ହୋଇଥିଲେ। ନିକଟରେ ବ୍ରଜ କିେଶାର ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ସହିତ ଜନମୋର୍ଚାର ବିଲୟ ଘଟିଥିଲା ଓ ଏକ ନୂଆ ମହାମେଣ୍ଟ ଗଠନ ଲାଗି ପ୍ରକ୍ରିୟା ଆରମ୍ଭ େହାଇଥିଲା। ହେଲେ ଏହା ବାସ୍ତବ ରୂପ େନବା ଆଗରୁ ଯଜ୍ଞେଶ୍ବର କେଂଗ୍ରସ ହାତ ଧରିଛନ୍ତି। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଆସନରେ ତାଙ୍କୁ ପ୍ରାର୍ଥୀ କରାଯାଇପାରେ େବାଲି ଚର୍ଚ୍ଚା ଆରମ୍ଭ େହାଇଛି। ଏହି ଅବସରରେ ଜଣାଶୁଣା ରାଜନୈତିକ କାର୍ଯ୍ୟକ୍ରମ ସ˚ଯୋଜକ ପ୍ରଶାନ୍ତ କିଶୋରଙ୍କ ଟିମ୍‌ର ସଦସ୍ୟ ଶୁଭସାଇ ମିଶ୍ର କ˚ଗ୍ରେସ ଦଳରେ ଯୋଗ ଦେଇଥିବା ସଭାପତି ଘୋଷଣା କରିଥିଲେ।

ସେହିଭଳି ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘କ˚ଗ୍ରେସ’ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପିସିସି ସଭାପତି କହିଲେ ଯେ ଦେଶରେ କ˚ଗ୍ରେସ ଏକମାତ୍ର ଦଳ ଯିଏ କି ତଳେ ପଡିଥିବା ମଣିଷର କଥା ସବୁବେଳେ ଚିନ୍ତା କରିଛି। ଅନ୍ୟ ରାଜନୈତିକ ଦଳମାନେ କେବଳ ଭୋଟ ରାଜନୀତି କରୁଥିବା ବେଳେ କ˚ଗ୍ରେସ ଦେଶବାସୀଙ୍କ ସାମୂହିକ ବିକାଶକୁ ଗୁରୁତ୍ବ ଦେଇ ଆସିଛି। ପିସିସି ଉପ ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସ˚ଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଏହି ପୁସ୍ତକ ଲେଖକ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଲେ ଯେ ଏହି ପୁସ୍ତକରେ ସ˚କ୍ଷିପ୍ତ ଭାବରେ କ˚ଗ୍ରେସ ଦଳର ଇତିହାସ ସହ ବିରୋଧୀ ଦଳମାନେ ଉଠାଉଥିବା ବହୁ ପ୍ରଶ୍ନର ଉତ୍ତର ରହିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଉପସଭାପତି ଅଧ୍ୟାପକ କୈଳାସ ଆଚାର୍ଯ୍ୟ, କ˚ଗ୍ରେସ ନେତା ଜ୍ଞାନଦେବ ବେଉରା ପ୍ରମୁଖ ନିଜର ଆଭିମୁଖ୍ୟ ରଖିଥିଲେ। ‘କ˚ଗ୍ରେସ’ ପୁସ୍ତକଟି ବରିଷ୍ଠ କ˚ଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ସେକ୍‌ ମତଲୁବ ଅଲ୍ଲୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଉତ୍ସବରେ ଧନ୍ୟବାଦ ଦେଇଥିଲେ ପିସିସି ସ˚ଯୋଜକ ପଦ୍ମାକର ଗୁରୁ।

ସମ୍ବନ୍ଧିତ ଖବର