ଜୟପୁର ବିଜୁ ଯୁବବାହିନୀ ସମାବେଶ: ନୂଆ ଓଡ଼ିଶା ଗଢ଼ିବାକୁ ଯୁବପିଢ଼ିଙ୍କୁ ୫ଟି ସଫଳତାର ମନ୍ତ୍ର ଦେଲେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ
ଜୟପୁର: ଜୟପୁରରେ ବିଜୁ ଯୁବବାହିନୀ ସମାବେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୁବପିଢ଼ିଙ୍କୁ ସଫଳତାର ଶୀର୍ଷରେ ପହଁଚାଇବା ପାଇଁ ୫ଟି ସଂକଳ୍ପ ନେବାକୁ ମନ୍ତ୍ର ଦେଇଛନ୍ତି। ଏହା ୫ଟି ‘ନି’ ଯଥା, ନିରବ, ନିଡ଼ର, ନିରହଙ୍କାର, ନିସ୍ୱାର୍ଥପର ଏବଂ ନିଶାକୁ-ନା କରିବା ପାଇଁ ସଂକଳ୍ପ ନେଇ ନୂଆ ଓଡ଼ିଶା ଗଢ଼ିବାକୁ ଆହ୍ଵାନ ଦେଇଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ମଣିଷ ଭିତରେ ଯେଉଁ ସମ୍ଭାବନା ରହିଛି ତାହାକୁ ଚିହ୍ନିବା ପାଇଁ ଆହ୍ଵାନ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଏପରିକି ବୟସକୁ ତୁଳନା କରି କାହାକୁ ଯୁବକ କହି ହେବ ନାହିଁ । ପ୍ରବଳ ଇଚ୍ଛା ଶକ୍ତି ଥିଲେ ୬୦ ବର୍ଷର ବ୍ୟକ୍ତି ଅସମ୍ଭବକୁ ସମ୍ଭବ କରିଦେଖାଇବ । ଯେଉଁମାନେ ଏକବିଂଶ ଶତାବ୍ଦୀରେ ଜନ୍ମ ନେଇଛନ୍ତି ସେମାନେ ଭାଗ୍ୟବାନ । କାରଣ ଏହି ଶତାବ୍ଦୀ ହେଉଛି ବୈଷୟିକ ଏବଂ ଜ୍ଞାନକୌଶଳର ଯୁଗ । ଯେଉଁଥିରେ ବିଭିନ୍ନ ଅବିଶ୍ୱସନୀୟ କାର୍ଯ୍ୟ ବଟନ ଚିପିବା ମାତ୍ରେ ସମ୍ଭବପର ହୋଇପାରୁଛି ।