ଯାଜପୁର: ନଈରେ ବୁଡ଼ି ବାଳକ ମୃତ

ଯାଜପୁର (ଦଶରଥପୁର): ବୈତରଣୀ ନଈରେ ଗାଧାଉଥିବାବେଳେ ବୁଡ଼ି ଯିବା ଯୋଗୁଁ ଜଣେ ବାଳକଙ୍କର ମୃତ୍ୟୁ ଘଟିଛି।

ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ତରପଦା ପଞ୍ଚାୟତ ଅଞ୍ଚଳର ଦୋବାବିଲ ଗ୍ରାମର ଜଗନ୍ନାଥ ପ୍ରଧାନଙ୍କ ପୁଅ ୧୩ ବର୍ଷିୟ ମନୋଜ ବୈତରଣୀରେ ଗାଧୋଇବାବେଳେ ନିଖୋଜ ହୋଇଯାଇଥିଲେ। ଖବର ପାଇ ଦଶରଥପୁର ଦମକଳ ବାହିନୀ ଘଟନାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ମନୋଜଙ୍କୁ ପାଇବାରେ ବିଫଳ ହୋଇଥିଲେ। ପରେ ଓଡ୍ରାଫ୍‌ ଟିମ୍‌ ସେଠାରେ ପହଞ୍ଚି ଦମକଳ ବାହିନୀ ସହାୟତାରେ ନଦୀରୁ ମନୋଜଙ୍କ ଶବ ଉଦ୍ଧାର କରିଥିଲା। ମୃତ ମନୋଜ ସ୍ଥାନୀୟ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ।

ସମ୍ବନ୍ଧିତ ଖବର