ଝୁଲି ରହିଲା ଯାଜପୁରର ୩ ଆସନ : ବବି, ବନ୍ଦନା ଏବଂ ଆକାଶ, ଅଶୋକଙ୍କୁ ନେଇ କଳ୍ପନାଜଳ୍ପନା

ନବୀନ ନିବାସ ଆଗରେ ଦେବାଶିଷ ସମର୍ଥକଙ୍କ ନାରାବାଜି

ଯାଜପୁର ରୋଡ଼/ସଦର : ଯାଜପୁର ରାଜନୀତି ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି। ଏଯାବତ ୪ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ୩ ଟି ଆସନ‌େର ପ୍ରାର୍ଥୀ ଘୋଷଣା ଝୁଲୁଛି। ଯାଜପୁର ଓ କୋରେଇରୁ କିଏ ପ୍ରାର୍ଥୀ ହେବେ ସେନେଇ ନାନା ଆଲୋଚନା-ଚର୍ଚା ଚାଲିଥିବାବେଳେ ବରୀରେ ବିଜେଡିର ଦୁଇ ଗୋଷ୍ଠୀ ନବୀନ ନିବାସ ସମ୍ମୁଖରେ ଦମ୍‌ ଦେଖାଇଛନ୍ତି।

ଯାଜପୁର ଆସନରେ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସ ପୂର୍ବରୁ ଘୋଷଣା କରିଥିଲେ। ଏହାପରେ, ପ୍ରଶାସନ ବିଭାଗରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବନ୍ଦନା ମହାପାତ୍ରଙ୍କ ନାମ ଚର୍ଚାକୁ ଆସିଥିଲା। ଏବେ ଶୁଣିବାକୁ ମିଳୁଛି ‌େଯ ସେ କର୍ମୀମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି। ନିଜେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ମନସ୍ଥ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପ୍ରଣବପ୍ରକାଶ ନିଜ ବାସଭବନରେ ବୈଠକ ଡାକି କର୍ମୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ। ତିନି ତିନି ଥର ବିଭିନ୍ନ ସରପଞ୍ଚ, ସମିତିସଭ୍ୟ, କର୍ମକର୍ତାମାନଙ୍କୁ ଡାକି ମୁଖ୍ୟମନ୍ତ୍ରୀ ଯାହାଙ୍କୁ ସୁଯୋଗ ଦେଉଛନ୍ତି, ତାଙ୍କୁ ସହଯୋଗ କରିବାକୁ କହିଥିଲେ। ମାତ୍ର କର୍ମୀମାନେ ବନ୍ଦନାଙ୍କୁ ଗ୍ରହଣ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଥିଲେ। ଫଳରେ, ପ୍ରଣବପ୍ରକାଶ ବାଧ୍ୟହୋଇ ପ୍ରଣବପ୍ରକାଶ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ତେବେ, ଆଜି ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦଳୀୟ ପ୍ରାର୍ଥୀ ଘୋଷଣା ତାଲିକା‌େର ଯାଜପୁର ସ୍ଥାନ ପାଇନଥିବାରୁ କର୍ମୀମାନଙ୍କ ମନରେ କଳ୍ପନାଜଳ୍ପନା ଜାରି ରହିଛି।

ଅନ୍ୟପକ୍ଷରେ, କୋରେଇ ଆସନରୁ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହା ଆଜି ବି ଝୁଲିକି ରହିଛି। କେତେକ ସୂତ୍ରରୁ ଜଣାପଡ଼ିଛି ଯେ ସ୍ଥାନୀୟ ବିଧାୟକ ଆକାଶଦାସ ନାୟକଙ୍କ ବଦଳରେ ଦଳ ଆଉ ଜଣଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରୁଛି। ଏପରିକି ପ୍ରଣବପ୍ରକାଶଙ୍କ ନାଁ ଶୁଣିବାକୁ ମିଳୁଛି। ଆହୁରି ମଧ୍ୟ ଅ‌େଶାକ ବଳଙ୍କ ନାମ ଚର୍ଚ୍ଚାକୁ ଆସିଛି। ତେବେ, ବିଜେଡି ସୁପ୍ରିମୋ ଆକାଶଙ୍କ ପ୍ରତି ପୁନଃଆସ୍ଥା ପ୍ରକଟ କରିବେ କିମ୍ବା ଅନ୍ୟ ଜଣେ ନୂଆ ପ୍ରାର୍ଥୀ ଚୟନ କରିବେ- ତାହା ସ୍ପଷ୍ଟ ହୋଇନାହିଁ।

ନବୀନ ନିବାସ ଆଗରେ ଦେବାଶିଷ ସମର୍ଥକଙ୍କ ନାରାବାଜି

ଭୁବନେଶ୍ବର : ବରୀ ବିଧାନସଭା ଆସନ ପାଇଁ ବିଜେଡି ଟିକେଟ କାହାକୁ ମିଳିବ? ସେ େନଇ ରାଜନୈତିକ ମହଲରେ ଚର୍ଚ୍ଚା ଆେଲାଚନା ଜାରି ରହିଥିବା ବେଳେ ନବୀନ ନିବାସ ସାମ୍ନାରେ େନତାମାେନ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି। ବିେଶଷକରି ଦୁଇ ନାୟକଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ େହାଇଯାଇଛି।

ଗତକାଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କ ଶତାଧିକ ସମର୍ଥକ ନବୀନ ନିବାସ ଆସିଥିଲେ। ଏଥରକ ଟିକେଟ ଶ୍ରୀନାୟକଙ୍କୁ ଦେବାକୁ ନେଇ ନାରାବାଜି କରିଥିଲେ। ଆଜି ବରୀ ବିଧାୟକ ଦେବାଶିଷ ନାୟକଙ୍କ ଅଳ୍ପ କେତେଜଣ ସମର୍ଥକ ସନ୍ଧ୍ୟାରେ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ। ଆଜି ବାଲିଆ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଅଭିନ୍ନ କୁମାର ଜେନାଙ୍କ ନେତୃତ୍ବରେ ଶତାଧିକ ସମର୍ଥକ ନବୀନ ନିବାସ ଆସି ନବୀନ ପଟ୍ଟନାୟକଙ୍କ ଜୟ ଜୟକାର କରିବା ସହ ଦେବାଶିଷଙ୍କୁ ଟିକେଟ ଦେବାକୁ ଦାବି କରିଥିଲେ। ଏବେ ନବୀନଙ୍କ ନିଷ୍ପତ୍ତି କାହା ସପକ୍ଷରେ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର