ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି’ ଉ୍‌ଦଘାଟିତ : ଦୂତି ଏବଂ ବଙ୍କିମଙ୍କୁ ଯଯାତି ସମ୍ମାନ

ଯାଜପୁରଟାଉନ/ସଦର : ଯାଜପୁର ଜିଲ୍ଲା ମ‌େହାତ୍ସବ ‘ଯଯାତି’ ଆଜି ଉଦ୍‌ଘାଟିତ ହୋଇଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସାଂସଦ ରୀତା ତରାଇ, ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲିକ, ଆକାଶ ଦାସ ନାୟକ ଓ ପ୍ରୀତିରଂଜନ ଘଡାଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ରଂଜନ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ଝିଅ ଦୂତି ଚାନ୍ଦଙ୍କୁ ଆଜି ଯଯାତି ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ୧୮୮୨ରୁ ୧୮୮୪ ସମୟରେ ଯାଜପୁରରେ ଡେପୁଟି କଲେକ୍ଟକର ଦାୟିତ୍ବ ତୁଲାଇଥିବା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ସ୍ରଷ୍ଟା କବି ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କୁ ମରୋଣତ୍ତର ଯଯାତି ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କର ଉତ୍ତରାଧିକାରୀ ଅଣନାତି ସର୍ଜନ ବାନାର୍ଜୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର