ଯୋଗାଣ ବିଭାଗ କେଳେଙ୍କାରୀ : ଚପାଇବା ପାଇଁ ଇସ୍ତଫା ନାଟକ

ଇସ୍ତଫା ଦେଲେ ଦୁବାଇ ଡିଲର୍‌

ଯାଜପୁର : ଯାଜପୁର ଜିଲ୍ଲାର ଯୋଗାଣ ବିଭାଗର କେଳେଙ୍କାରୀ ସମସ୍ତ ଆଇନ୍‌ର ସୀମା ସରହଦ ପାର୍‌ କରିସାରିିଛି। ସବୁ ନୀତିନିୟମକୁ ଦଳିମକଚି ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି ପିଡିଏମ୍‌ ସାମଗ୍ରୀ। ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବା ପରେ ଯୋଗାଣ ବିଭାଗ ଏକପ୍ରକାର ହରଡ଼ଘଣାରେ ପଡିଯାଇଛି। ଏମିତିକି ଏବେ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଦୁବାଇରେ ରହୁଥିବା ସଂପୃକ୍ତ ଡିଲରଙ୍କୁ ଇସ୍ତଫା ପାଇଁ ପ୍ରରୋଚିତ କରାଯାଇଛି। ତଦନୁଯାୟୀ ସଂପୃକ୍ତ ଡିଲର୍‌ ସୁଶାନ୍ତ ମହାନ୍ତି ଆଜି ଇସ୍ତଫା ଦେଇଛନ୍ତି। ଶ୍ରୀ ମହାନ୍ତି ଆଜି ବଡ଼ଚଣା ବିଡ଼ିଓ ଗୋପବନ୍ଧୁ ଭୋସାଗରଙ୍କ ଜରିଆରେ ଉପଜିଲ୍ଲାପାଳଙ୍କୁ ନିକଟକୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ଦୀର୍ଘ ୧୦ ବର୍ଷ ହେଲା ଦୁବାଇରେ ରହୁଆସୁଥିବା ଜଣେ ଡିଲରଙ୍କ ପାଇଁ ଛାୟା ଡିଲର ଉଠାଉଥିଲେ ପିଡିଏମ୍‌ ସାମଗ୍ରୀ। ଜାଲ ଦସ୍ତଖତରେ ସମସ୍ତଙ୍କ ଜାଣନ୍ତରେ ଏଭଳି ଗର୍ହିତ କାରବାର ଚାଲିଥିଲା। ‘ସମ୍ବାଦ’ରେ ଏଭଳି ତଥ୍ୟ ସମ୍ବଳିତ ଖବର ଗତ ୨୩ ତାରିଖରେ ପ୍ରକାଶ ପାଇବା ପରେ ପ୍ରଶାସନ ଖୋଳତାଡ଼ କରିି କେଳେଙ୍କାରୀକୁ ସ୍ୱୀକାର କରିଥିଲା। ଏମିତିକି ନିରବ ରହିଥିବା ବ୍ଲକ ଯୋଗାଣ ଅଧିକାରୀ ଏବେ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଇସ୍ତଫା ନାଟକ ରଚନା କରିଥିବା ଚର୍ଚା ହେଉଛି। ଘଟଣା ପଛରେ ଆଉ କି ପ୍ରକାର ଚକ୍ରାନ୍ତ ରହିଛି ତାହା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲେରେ ଦାବି ହେଉଛି।

ସମ୍ବନ୍ଧିତ ଖବର