ଯାଜପୁର: ବ୍ରହ୍ମଣୀ ନଦୀରେ ନୂତନ ସେତୁ ନିର୍ମାଣ ଓ ପୁରାତନ ସେତୁ ମରାମତି ପାଇଁ ଦାବି କରି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ

ଯାଜପୁର: ବ୍ରହ୍ମଣୀ ନଦୀରେ ନୂତନ ସେତୁ ନିର୍ମାଣ ଓ ପୁରାତନ ସେତୁ ମରାମତି ପାଇଁ ଦାବି କରି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସୋମବାର ଦିନ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି।

ମଞ୍ଚର ସଦସ୍ୟମାନେ ଜେନାପୁର ଥାନା ଅନ୍ତର୍ଗତ ରାଜପଥର କବାଟବନ୍ଧ ନିକଟରେ ଥିବା ବ୍ରାହ୍ମଣୀ ସେତୁ ଉପରେ ଧାରଣା ଦେଇ ଥିବାରୁ ଚଣ୍ଡିଖୋଲ-ଡୁବୁରି ରାସ୍ତାରେ (୫୩ ନମ୍ବର ଜାତୀୟ ରାଜପଥ) ଯାନବାହ ଯାତାୟାତ ବାଧା ପାଇଛି।

ପୂର୍ବରୁ ଦୁଇ ସେତୁ ପ୍ରସଙ୍ଗରେ ଦାବି ଉଠାଇ ଉକ୍ତ ମଞ୍ଚ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଭେଟିଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନ ଥିଲା।

ସମ୍ବନ୍ଧିତ ଖବର