ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ପ୍ରସ୍ତୁତି ବୈଠକ

କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି‌ରକ୍ଷା ଉଦ୍ଦେଶ୍ୟରେ ଗଠିତ ‘ଜାନକୀବଲ୍ଲଭ ସ୍କାରକୀ ପ୍ରତିଷ୍ଠାନ’ର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠାନର ଉପସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ସାରଳା ଭବନରେ ଅନୁଷ୍ଠିତ ହୋଇଛି। ପ୍ରତିଷ୍ଠାନର ସାଧାରଣ ସଂପାଦକ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ସ୍ବର୍ଗତ ପଟ୍ଟନାୟକଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧସଭା ପାଳନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଏପ୍ରିଲ ୨୧ ତାରିଖରେ ହେବାକୁ ଥିବା ଏହି ଶ୍ରାଦ୍ଧସଭାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମନୋନୟନ ସଂପର୍କରେ ଆଲୋଚନା ହୋଇଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ୩ ଜଣଙ୍କୁ ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ। ଏବଂ ଏଥିପାଇଁ ଏକ ସବକମିଟି ଗଠନ କରାଯାଇଛି। ଆଜିର ଆଲୋଚନାରେ ଉପସଭାପତି ଇଂଜିନିୟର ପ୍ରଭାକର ସ୍ବାଇଁ, ଆଡଭୋକେଟ ଧରଣୀଧର ନାୟକ, ପ୍ରଫେସର ପ୍ରଭାତ କୁମାର ମିଶ୍ର, ଡକ୍ଟର ପାବକ କାନୁନଗୋ, ସାବିତ୍ରୀ ଚୌଧୁରୀ, ଡକ୍ଟର ହେମେନ୍ଦ୍ର ନାରାୟଣ ଦାସ, ଡକ୍ଟର ନଟବର ଶତପଥୀ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ରମେଶ ଚନ୍ଦ୍ର ଭୂୟାଁ, ବସନ୍ତ କୁମାର ସେଠୀ, କୈଳାସ ଚନ୍ଦ୍ର ବରାଳ, ଇଂଜିନିୟର ଆକାଶ ଭୂୟାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଶ୍ରାଦ୍ଧସଭା ଅବସରରେ ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ଲିଖିତ ଓ ବିଦ୍ୟାପୁରୀ ଦ୍ବାରା ପ୍ରକାଶିତ ଜାନକୀବଲ୍ଲଭ ଜୀବନୀଗ୍ରନ୍ଥର ପରିବର୍ଦ୍ଧିତ ତୃତୀୟ ସଂସ୍କରଣ ଉନ୍ମୋଚନ ହେବ ବୋଲି ଡକ୍ଟର ଭୂୟାଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର