ଜାନକୀ ବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ପ୍ରସ୍ତୁତି ବୈଠକ

କଟକ : ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନର ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ବିପିନ ବିହାରୀ ରଥଙ୍କ ସଭାପତିତ୍ୱରେ ସାରଳା ଭବନରେ ଅନୁଷ୍ଠିତ ହୋଇଛି। ଆସନ୍ତା ୨୧ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧସଭା ପାଳନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଶ୍ରାଦ୍ଧ ଉତ୍ସବ ପାଇଁ ହେବାକୁ ଥିବା ସ୍ମୃତି ସଭାରେ ଅତିଥି ଚୟନର ଅଗ୍ରଗତି ସମ୍ପର୍କରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଭୂୟାଁ ସୂଚନା ପ୍ରଦାନ କରିଥିଲେ। ପ୍ରତ୍ୟେକ ବର୍ଷପରି ଅନୁଷ୍ଠାନ ତରଫରୁ ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରୁ ଓଡ଼ିଶାର ୩ ଜଣ କୃତିବ୍ୟକ୍ତିଙ୍କୁ ଜାନକୀ ବଲ୍ଲକ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ। ଏଥିପାଇଁ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟିର ସଦସ୍ୟ ଭାବେ ଇଞ୍ଜିନିୟର ପ୍ରଭାକର ସ୍ୱାଇଁ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ବିଶ୍ୱାଳ, ସାବିତ୍ରୀ ଚୌଧୁରୀ, ବାସନ୍ତୀ ପ୍ରଧାନଙ୍କୁ ସ୍ଥାନ ଦିଆଯାଇଛି।

ସମ୍ବନ୍ଧିତ ଖବର