ପୁରୀ : ଶ୍ରୀମନ୍ଦିରରେ ଆସନ୍ତା ୨୧ ତାରିଖରେ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ୨୩ ତାରିଖରେ ଜନ୍କାଷ୍ଟମୀ ନୀତି ଅନୁଷ୍ଠିତ ହେବ। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ଉପରୋକ୍ତ ଦୁଇଦିନ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ। ଭକ୍ତମାନେ ୨୧ ଓ ୨୩ ତାରିଖରେ ୫ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ। ଶ୍ରୀମନ୍ଦିର ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ସୂଚନା ମୁତାବକ, ଆସନ୍ତା ୨୧ ତାରିଖରେ ଦ୍ବିତୀୟ ଭୋଗମଣ୍ଡପ ପରେ ରାହୁରେଖା ଲାଗି ନୀତି ଆରମ୍ଭ ହେବ। ଅପରାହ୍ଣ ପ୍ରାୟ ୨ଟାରୁ ରାତି ୭ଟା ପର୍ଯ୍ୟନ୍ତ ଏହି ନୀତି ଚାଲିବ। ସେଦିନ ଅପରାହ୍ଣ ୨ରୁ ରାତି ୭ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଦର୍ଶନ ଦେବା ପରେ ପୁନର୍ବାର ରାତି ୭ଟା ପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ। ସେହିଭଳି ଆସନ୍ତା ୨୩ ତାରିଖରେ ସଂଧ୍ୟା ଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହେବ। ଏଥି ପାଇଁ ସଂଧ୍ୟା ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ରାତି ୧୧ଟା ପରେ ମହାପ୍ରଭୁ ପୁନର୍ବାର ଭକ୍ତଙ୍କୁ ଦର୍ଶନ ଦେବେ।
ଶ୍ରୀମନ୍ଦିରରେ ରାହୁରେଖା ଲାଗି ଓ ଜନ୍ମାଷ୍ଟମୀ ନୀତି : ୨୧ ଓ ୨୩ରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ
/sambad/media/post_attachments/wp-content/uploads/2019/05/srimandir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)