ପୁଣି ଫେରିଲା ଜାପାନୀ ଜ୍ବର!

୨ଶିଶୁ ମୃତ, ୨୦ରୁ ଊର୍ଧ୍ବ ଆକ୍ରାନ୍ତ

ମାଲକାନଗିରି: ୨ ବର୍ଷର ବ୍ୟବଧାନ ପରେ ପୁଣିଥରେ ଜାପାନୀ ଜ୍ବର ଫେରିଛି। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କେନ୍ଦୁଗଡ଼ାରେ ୨ ଶିଶୁଙ୍କ ମୃତ୍ୟୁ ଏବଂ ୨୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ, ସ୍ବାସ୍ଥ୍ୟ ବିଭାଗ ଏହାକୁ ଅସ୍ବୀକାର କରିବା ସହିତ ନିମୋନିଆ ବୋଲି କହିଛି। କେନ୍ଦୁଗୁଡା ଗ୍ରାମରେ ପ୍ରାୟ ୨୨ଟି ପରିବାର ବସବାସ କରୁଛନ୍ତି। ଗତ ଶୁକ୍ରବାର ଦିନ ଶୁକ୍ରା ମାଡକାମୀଙ୍କୁ ଦୁଇ ଝିଅ ହଠାତ୍ ଅସୁସ୍ଥ ହୋଇଯାଇଥିଲେ। କିନ୍ତୁ ମେଡିକାଲ ପହଞ୍ଚିବା ପୂର୍ବରୁ ସାନ ଝିଅ ଲିଜା ମାଡକାମୀ (୩ବର୍ଷ)ର ମୃତ୍ୟୁ ହୋଇଯାଇଥିଲା। ବଡ ଝିଅ ସୋନାଲୀ ମାଡକାମୀର ଚିକିତ୍ସା କରାଯାଇଥିଲା। ସେହିପରି ଗତକାଲି ଦେବା ପଡିଆମିଙ୍କ ଝିଅ ଇନ୍ଦୁ ପଡିଆମି (୩)ମଧ୍ୟ ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସ‌େତ୍ତ୍ବ ସେ ସୁସ୍ଥ ନହେବାରୁ ଡାକ୍ତର କୋରାପୁଟ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ। ହେଲେ ପରିବାର ଲୋକ କୋରାପୁଟ ନେବା ପରିବର୍ତେ ଜଣେ ଗୁଣିଆ ନିକଟକୁ ନେଇଥିଲେ। ପରବର୍ତୀ ସମୟରେ ଇନ୍ଦିର ମୃତ୍ୟୁ ‌େହାଇଯାଇଥିବା ସୂଚନା ମିଳିଛି। ଅଳ୍ପ ଦିନର ବ୍ୟବଧାନରେ ଗାଁର ଦୁଇ ଶିଶୁଙ୍କ ଅକାଳ ମୃତ୍ୟୁକୁ ଲୋକେ ଗ୍ରହଣ କରିପାରୁ ନାହାନ୍ତି। ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ୨ ବର୍ଷ ପରେ ଗାଁକୁ ଜାପାନୀ ଜ୍ବର ଫେରୁଥିବା ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର