ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୧୯ରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା

ଭୁବନେଶ୍ୱର : ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା । ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ହେବାକୁ ଯାଉଥିବା କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ-୨୦୧୯ରେ ଯୋଗଦେବେ। ଏଥିସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବିଜେପି ସାଂସଦ ବରୁଣ ଗାନ୍ଧୀ। କେମିତି ହେବ ନୂଆ ଓଡ଼ିଶାର ନିର୍ମାଣ, ଏ ନେଇ ବିଚାର ବିମର୍ଶ ହେବ।

ଭୁବନେଶ୍ୱରସ୍ଥିତ ହୋଟେଲ୍ ମେ’ ଫେୟାରରେ ସକାଳ ୧୦ଟାରେ ଓଡ଼ିଶା ନିର୍ମାଣ କନକ୍ଲେଭ ଆରମ୍ଭ ହେବ । ଯଶବନ୍ତ ସିହ୍ନା ଓ ବରୁଣ ଗାନ୍ଧୀଙ୍କ ସମେତ ଆଲୋଚନାରେ ଭାଗ ନେବେ ରାଜ୍ୟର ମାନ୍ୟଗଣ୍ୟ ନେତା । ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ, ବିଜେଡି ନେତା ସଂଜୟ ଦାସବର୍ମା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ମତ ରଖିବେ ।

ସମ୍ବନ୍ଧିତ ଖବର