ଜଟଣୀ: ଧାନକ୍ଷେତ ବୁଲିଲେ କୃଷି ବିଜ୍ଞାନୀ

ଜଟଣୀ,: ଜଟଣୀ ବ୍ଲକ ଜଗନ୍ନାଥପୁର ପାଟଣା ମୌଜାରେ ଚାଷୀ ତ୍ରିନାଥ ସ୍ୱାଇଁଙ୍କ ସାଢ଼େ ୩ ଏକର ପରିମିତ ଜମିରେ ଉନ୍ନତ ବୈଜ୍ଞାନିକ ପଦ୍ଧତିରେ ଚାଷ କରାଯାଇଥିବା ଧାନ ଚାଷର ଅବସ୍ଥା ଦେଖିବା ପାଇଁ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ (ଇଣ୍ଟର୍‌ ନ୍ୟାସନାଲ ରାଇସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌) ପକ୍ଷରୁ ଏକ କୃଷି ବିଶେଷଜ୍ଞ ଦଳ ଗତକାଲି ଏଠାକୁ ଆସିଥିଲେ। ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ ଫିଲିପାଇନ୍ସ, ମାନିଲାର ଓଡ଼ିଶା ସଂଯୋଜକ ଡ. ମୁକୁନ୍ଦ ୱାରିଅର୍‌ଙ୍କ ନେତୃତ୍ୱରେ ବରିଷ୍ଠ ବୈଜ୍ଞାନିକ ଡ. ସିନ୍ଥିଲ କୁମାର, ଓଡ଼ିଶା ସରକାରଙ୍କ ପଦାଧିକାରୀମାନଙ୍କ ମଧ୍ୟରେ ସନ୍ତୋଷ ପଣ୍ଡା, ସରୋଜ ମହାପାତ୍ର, ଗିରିଜା ସ୍ୱାଇଁ, ରବି ନାରାୟଣ ମହାପାତ୍ର, ବିଜୟ ମହାନ୍ତି, ପ୍ରଦୀପ ପଟ୍ଟନାୟକ, ଦେବାଶିଷ ରାୟ ମହାପାତ୍ର ପ୍ରମୁଖ କୃଷି ବିଭାଗ ଅଧିକାରୀ ରହିଥିଲେ। ସେମାନଙ୍କ କହିବା କଥା, ଏହି କ୍ଷେତରେ ୩୧ ପ୍ରକାର ବିହନରୁ ୨୭ ପ୍ରକାର ବିହନ ରୋପଣ କରାଯାଇଥିଲା। ବନ୍ୟା ଓ ମରୁଡ଼ିରେ ମଧ୍ୟ ଏହା କ୍ଷତିଗ୍ରସ୍ତ ନହୋଇ ଚାଷୀ ଭଲ ଅମଳ କରିପାରିବ ବୋଲି ଏହି ବିଶେଷଜ୍ଞଦଳ ଦୃଢ଼ୋକ୍ତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର