ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ, ଯବାନ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ବୋମା ନିଷ୍କ୍ରିୟ ସମୟରେ ବିସ୍ଫୋରଣ ହୋଇ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରୁ ଯବାନଙ୍କୁ ଉଦ୍ଧାର କରି ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଏସପି ମୋହିତ ଗର୍ଗ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ୧୬୮ବାଟାଲିୟନର ସିଆରପିଏଫ ଯବାନ ଜିଲ୍ଲାର ବାସାଗୁଡା ଅଂଚଳରେ କମ୍ବିଂ ଅପରେସନ ସମୟରେ ଗୋଟିଏ ଲ୍ୟାଣ୍ଡ ମାଇନ ଠାବ କରିଥିଲେ। ଏହାପରେ ସାଥୀରେ ଥିବା ବୋମା ନିଷ୍କ୍ରିୟକାରୀ ନାଗରାଜୁ ତାହାକୁ ନିଷ୍କ୍ରିୟ କରିବା ପାଇଁ ପ୍ରୟାସ କରୁଥିଲେ। ତେବେ ନିଷ୍କ୍ରିୟ ସମୟରେ ହଠାତ୍ ବୋମା ବିସ୍ଫୋରଣ କରିବାରୁ ନାଗରାଜୁ ଆହତ ହୋଇଥିଲେ। ନିକଟରେ ଥିବା ଅନ୍ୟ ଜଣେ ଯବାନ ବି ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର