ପୁଲିସ-ନକ୍ସଲ ଗୁଳି ବିନିମୟ, ଯବାନ ଗୁରୁତର

ମାଲକାନଗିରି : ସୀମାନ୍ତ ଛତିଶଗଡର କୋଣ୍ଡାଗାଁଓ ଜିଲ୍ଲାରେ ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଡିଆରଜି ଏବଂ ସିଆରପିଏଫ ଯବାନ କମ୍ବିଂକୁ ଯାଇଥିଲେ। ତେବେ କୋଣ୍ଡାଗାଁଓ ନିକଟସ୍ଥ ଜଂଗଲରେ ହଠାତ୍‌ ନକ୍ସଲ ଗୁଳି ଚଳାଇଥିଲେ। ପୁଲିସ ବି ଏହାର ପାଲଟା ଯବାବ ଦେଇଥିଲା। ଉଭୟ ପଟୁ କିଛି ସମୟ ଧରି ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କୁ ହେଲିକେପ୍ଟର ଯୋଗେ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ଏହାପରେ କମ୍ବିଂକୁ ଜୋରଦାର କରାଯାଉଥିବା କୁହାଯାଇଛି।

ସମ୍ବନ୍ଧିତ ଖବର