ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନ ଆହତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତାଗୁମ୍ଫା ଅଂଚଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇ ଡିଆରଜି ଯବାନ ଦେବରାଜ ଦୁରିଆ ଆହତ ହୋଇଛନ୍ତି। ଚିନ୍ତାଗୁମ୍ଫା ସରପଞ୍ଚଙ୍କ ଘର ପଛପଟେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି। ସାଥି ଯବାନ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରିଥିଲେ। ଚିକିତ୍ସା ଜାରି ରହିଥିବା ବେଳେ ଯବାନଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ସେହିପରି ଚିନ୍ତାଗୁମ୍ଫା ସାପ୍ତାହିକ ବଜାରରୁ ଟିଫିନ ବୋମା ଉଦ୍ଧାର କରାଯାଇଛି। ହାଟରେ ଅଘଟଣ ଘଟାଇବା ଉଦ୍ଦେଶ୍ୟରେ ଏହି ବୋମାକୁ ଖଞ୍ଜାଯାଇଥିଲା। ତେବେ ୧୫୦ ସିଆରପିଏଫ ବାଟାଲିୟନର ଯବାନ ଏହାକୁ ଠାବ କରିବା ପରେ ନିଷ୍କ୍ରିୟ କରିଥିଲେ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଛାୟାଯୁଦ୍ଧ ଲାଗି ରହିଛି। ନକ୍ସଲ ବିଭିନ୍ନ କୌଶଳରେ ଅର୍ଧସାମରିକ ବଳର ମନୋବଳକୁ ଭାଙ୍ଗିବାକୁ ବାରମ୍ବାର ଆକ୍ରମଣ କରି ଚାଲିଛନ୍ତି। ଅପରପକ୍ଷରେ ଯବାନମାନେ ପାଲଟା ଯବାନ ଦେଇ ନକ୍ସଲ ସଂଗଠନର ବିପୁଳ କ୍ଷତି ଘଟାଇ ସାରିଲେଣି। ଏହାରି ମଧ୍ୟରେ ନିରୀହ ଜନତା ଛଟପଟ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର