ଗାଁରେ ପହଞ୍ଚିଲା ଯବାନ ବିଜୟଙ୍କ ମର ଶରୀର

ନରସିଂହପୁର : ଭାରତୀୟ ସେନାବାହିନୀର ଉତ୍ତରପ୍ରଦେଶ ବରେଳିରେ ହାବିଲଦାର ଭାବେ କାର୍ଯ୍ୟରତ ବିଜୟ କୁମାର କଟକିଆ (୪୪)ଙ୍କ ମର ଶରୀର ଆଜି ଅପରାହ୍ନ ୫ଟା ସମୟରେ କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ନିଜ ଗ୍ରାମ ବାଲିଝରୀରେ ପହଞ୍ଚିଛି। ମର ଶରୀର ପହଞ୍ଚିବା ପରେ ପରିବାର ଲୋକଙ୍କ ସହିତ ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମୃତ ଯବାନଙ୍କ ନିକଟରେ ପହଞ୍ଚି ମର ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ କରିବା ସହିତ ମୃତ ପରିବାରକୁ ସମବେଦନା ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ ଗତ ୧୭ ତାରିଖ ଦିନ ମୃତ ବିଜୟ ଉତ୍ତରପ୍ରଦେଶର ବରେଳିରେ ନିଜ ବିଭାଗରେ କାର୍ଯ୍ୟରତ ଥିବା ସମୟରେ ହୃଦ୍‌ଘାତରେ ଯନ୍ତ୍ରଣା ଯୋଗୁଁ ବିଭାଗୀୟ କର୍ତୃପକ୍ଷଙ୍କ ସହଯୋଗରେ ନିରଟ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ୧୨୦ ଟି.ଏ ବାଟାଲିନ ପକ୍ଷରୁ ଗାର୍ଡ ଅଫର ଅନର ଦିଆଯାଇଥିଲା । ମୃତ ବିଜୟଙ୍କ ଏକ ମାତ୍ର ପୁଅ ଦେବୀପ୍ରସାଦ ମୁଖାଗ୍ନି ଦେବା ପରେ ଶେଷକୃତ୍ୟ ସମାପନ କରାଯାଇଥିଲା ।

ସମ୍ବନ୍ଧିତ ଖବର