ଜଗତସିଂହପୁର: ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆୟୋଜିତ ଜୟ କିଷାନ ମହାସମାବେଶରେ ଯୋଗ ଦେଲେ ଆନ୍ନା ହଜାରେ

ଜଗତସିଂହପୁର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଜଗତସିଂହପୁରରେ ଆୟୋଜିତ ହୋଇଛି ଜୟ କିଷାନ ସମାବେଶ । ନବକୃଷ୍ଣ ଚୈାଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଓ କୃଷକଙ୍କୁ ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବିରେ ଆୟୋଜିତ ଏହି ଜୟ କିଷାନା ମହାସମାବେଶର ସାମିଲ ହୋଇଛନ୍ତି ସମାଜସେବୀ ଆନ୍ନା ହଜାରେ ଓ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ।ଏହି ସମାବେଶରେ ରାଜ୍ୟର ବିଭିନ୍ନ ସ୍ଥାନରରୁ ହଜାର ହଜାର ଚାଷୀ ସାମିଲ ହୋଇଛନ୍ତି।

ମରୁଡ଼ି, ଚକଡ଼ା ପୋକ ଓ ଅଦିନିଆ ପୋକ ଯୋଗୁଁ ଚଳିତ ବର୍ଷ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛନ୍ତି। ଏ ପରିପ୍ରେକ୍ଷୀରେ ଆନ୍ନା ହଜାରେ ଚାଷୀ ଆନ୍ଦୋଳନରେ ସାମିଲ ହୋଇ ଚାଷୀମାନଙ୍କ ମନୋବଳ ବୃଦ୍ଧିି ପାଇ ଉଦ୍ୟମ କରିବେ। ଏଥିପାଇଁ ଆଜି ସକାଳୁ ଭୁବନେଶ୍ୱରରୁ ଏକ ବିରାଟ ଶୋଭାଯାତ୍ରାରେ ଆନ୍ନା ହଜାରେ ଓ ଶ୍ରୀ ପଟ୍ଟନାୟକ ଆସି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର, ରାଜ୍ୟ ସଂଯୋଗକ ଶେଷଦେବ ନନ୍ଦ ଓ ନବ ନିର୍ମାଣ କୃଷକ ସଙ୍ଗଠନର କର୍ମୀମାନେ ସେମାନଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର