କୋର୍ଟରେ ହାଜର ହେଲେ ଜୟନାରାୟଣ

ସମ୍ବଲପୁର:ବନାବିରା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ସୋହେଲା ଜେଲ୍‌ରେ ଥିବା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର ଓ ତାଙ୍କ ସହଯୋଗୀ ଯୁବନେତା ଶିବ ଦିଓ୍ଵାନ ମଂଗଳବାର ସମ୍ବଲପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ହୋଇଛନ୍ତି। ଗତ ମାର୍ଚ ୧୫ ତାରିଖରେ ବନାବିରା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ନନ୍ଦପଡ଼ାସ୍ଥିତ ବାସଭବନରୁ ଜୟ ନାରାୟଣଙ୍କୁ ଗିରଫ କରାଯାଇଥିଲା। ଆଜି କୋର୍ଟକୁ ନିଆଯିବାବେଳେ ଜୟ ନାରାୟଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେଡିରେ ମିଶିବା ପାଇଁ ତାଙ୍କ ଅଫର ଦିଆଯାଇଥିଲା। ସେ ଏହି ଅଫର୍‌କୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଫଳରେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ହଇରାଣ କରିବା ପାଇଁ ଗିରଫ କରାଯାଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଇଂଗିତରେ ଏଭଳି କରାଯାଉଛି ବୋଲି ଜୟ ନାରାୟଣ ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ବନାବିରା ହତ୍ୟାକାଣ୍ଡ ମାମଲାରେ ଜୟ ନାରାୟଣ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର