ପୁରୀ : ବାତ୍ୟା ‘ଫନି’ ପରଠୁ ବିନା ଦ୍ବାରପାଳରେ ମୁକୁଳା ପଡିଥିବା ସିଂହଦ୍ବାରରେ ଆଜି ନୂଆ ଜୟ ବିଜୟ ମୂର୍ତ୍ତି ଲଗାଯାଇଛି। ଗତ ମାସ ୩ ତାରିଖରେ ସଂଘଟିତ ପ୍ରଳୟଙ୍କରୀ ବାତ୍ୟାରେ ଶ୍ରୀମନ୍ଦିରରେ ବହୁ କ୍ଷତି ଘଟିଥିବା ବେଳେ ସିଂହଦ୍ବାରରେ ଲାଗିଥିବା ଜୟ ବିଜୟ ମୂର୍ତ୍ତି ମଧ୍ୟରୁ ଜୟ ମୂର୍ତ୍ତି ଭାଙ୍ଗିଯାଇଥିଲା। ମନ୍ଦିର ପ୍ରଶାସନ ଜୟ ଓ ବିଜୟ ମୂର୍ତ୍ତି ସ୍ଥାନରେ ଦୁଇଟି ନୂଆ ମୂର୍ତ୍ତି ଲଗାଇବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)କୁ ପରାମର୍ଶ ଦେଇଥିଲେ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଶିଳ୍ପୀ ଗ୍ରାମ ଶୁଖୁଆପଡାର ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ନିର୍ମଳ ମହାରଣାଙ୍କୁ ମୂର୍ତ୍ତି ନିର୍ମାଣ ଦାୟିତ୍ବ ଦେଇଥିଲା ଏଏସ୍ଆଇ। ରବିବାର ନବନିର୍ମିତ ମୂର୍ତ୍ତି ଦୁଇଟି ପୁରୀ ଅଣାଯିବା ପରେ ଆଜି ସକାଳେ ଏହାକୁ ସିଂହଦ୍ବାରରେ ଲଗାଯାଇଛି। ପାଞ୍ଚ ଫୁଟ୍ ୧୦ ଇଞ୍ଚ ଲମ୍ବ ଓ ତିନିଫୁଟ୍ ଓସାର ବିଶିଷ୍ଟ ଏହି ମୂର୍ତ୍ତିଦ୍ବୟ ଖଣ୍ଡେଲାଇଟ୍ ପଥରରେ ନିର୍ମାଣ କରାଯାଇଛି।
ସିଂହଦ୍ବାରରେ ଶୋଭା ପାଇଲେ ଜୟ ବିଜୟ ମୂର୍ତ୍ତି
/sambad/media/post_attachments/wp-content/uploads/2019/06/srimandira-re-jaya-bijaya-murti-lagila-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)