ଜୟନାରାୟଣ ମିଶ୍ରଙ୍କୁ ଅନ୍ତରୀଣ ଜାମିନରେ ଯିବା ଲାଗି ହାଇକୋର୍ଟ ଦେଇଛନ୍ତି ଅନୁମତି

କଟକ: ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ମଙ୍ଗଳବାର ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ଯିବା ଲାଗି ଅନୁମତି ଦେଇଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ଜୟନାରାୟଣ ଗତ ଏପ୍ରିଲ ୨୪ରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଏଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ଜୟନାରାୟଣଙ୍କୁ ଗତ ୫ ତାରିଖରେ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର