ପୁରୀ ଅଭିମୁଖେ ଜୟ, ବିଜୟ ମୂର୍ତ୍ତି

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ରୁ ଆଜି ପୁରୀ ଅଭିମୁଖେ ଜୟ, ବିଜୟ ମୂ୍ର୍ତ୍ତିଙ୍କୁ ନିଆଯାଇଛି। ଗତ ଫନି ବାତ୍ୟାରେ ପୁରୀ ଶ୍ରୀମନ୍ଦିରରେ ଥିବା ଜୟ, ବିଜୟ ମୂ୍ର୍ତ୍ତି ଭାଙ୍ଗିଯାଇଥିଲା। ପ୍ରତ୍ନତତ୍ତ୍ବ ବିଭାଗ ପରାମର୍ଶରେ ବଡ଼ଚଣା ବ୍ଲକ୍‌ ଶୁଖୁଆପଡ଼ା ଗ୍ରାମର ପ୍ରସ୍ତର ଶିଳ୍ପୀ ନିର୍ମଳ ମହାରଣାଙ୍କୁ ମୂର୍ତ୍ତି ଦ୍ବୟ ଗଢ଼ିବା ଦାୟିତ୍ବ ଦିଆଯାଇଥିଲା। ଆଜି ରାତିରେ ମୂର୍ତ୍ତି ଦୁଇଟିକୁ ଏକ ସ୍ବତନ୍ତ୍ର ଗାଡ଼ିରେ ପୁରୀ ପଠାଯାଇଛି।

ସମ୍ବନ୍ଧିତ ଖବର