ଜୟନାରାୟଣଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର

ବୁର୍ଲା : ଗତ ତିନି ଦିନ ହେଲା ଭିମ୍‍ସାର ମେଡିସିନ୍‍ ବିଭାଗରେ ଭର୍ତ୍ତିି ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ମଙ୍ଗଳବାର କଟକ ଏସ୍‌ସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଜୟନାରାୟଣଙ୍କର ପୂର୍ବରୁ କିଡ୍‍ନି ସମସ୍ୟା ରହିଥିବାବେଳେ ଭିମ୍‍ସାରରେ କିଡ୍‌ନି ରୋଗ ବିଶେଷଜ୍ଞ (ନାଫ୍ରୋଲୋଜିଷ୍ଟ) ନଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଗଲା ବୋଲି କୁହାଯାଉଛି।

ଭିମ୍‍ସାର ନିର୍ଦ୍ଦେଶକ ପ୍ରଫେସର ଡା.ଅଶ୍ୱିନୀ ପୂଜାହାରୀଙ୍କ କହିବାନୁସାରେ, ଜୟନାରାୟଣ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ରୁଟିନ୍‍ ଚେକ୍‍ଅପ୍‍ରେ ତାଙ୍କ ଉଚ୍ଚ ରକ୍ତଚାପ ଓ ସର୍କରା ସ୍ତର ମଧ୍ୟ ସ୍ଥିର ରହିଛି। ମାତ୍ର କ୍ରିଟନିନ୍‍ ପାଖାପାଖି ୩ ଥିବାରୁ ନାଫ୍ରୋଲୋଜିଷ୍ଟଙ୍କ ପରାମର୍ଶ ଜରୁରୀ। ସେହି ଦୃଷ୍ଟିରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି ।

ସୋମବାର ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ବୁର୍ଲାରେ ଶ୍ରୀ ମିଶ୍ରଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଭିମସାର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ସୂଚନା ଥାଉକି, ବରଗଡ଼ ବନବିରା ଗୁଳିକାଣ୍ଡ ଘଟଣାରେ ଶ୍ରୀ ମିଶ୍ର ସୋହେଲା ଜେଲରେ ଥିବାବେଳେ ସେଠାରୁ ତାଙ୍କୁ ଅଣାଯାଇ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତିି କରା ଯାଇଥିଲା।

ସମ୍ବନ୍ଧିତ ଖବର