ଜୟନାରାୟଣଙ୍କୁ ଏମ୍‌ସ ସ୍ଥାନାନ୍ତର ନିଷ୍ପତ୍ତି ଆଜି

ବୁର୍ଲା : ଭିମ୍‍ସାରରେ ଚିକିତ୍ସିତ ହେଉଥିବା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ! ରବିବାର ଚିକିତ୍ସା ପରେ ତାଙ୍କର କ୍ରିଟନିନ୍‍ ୨.୯ ରହିଥିବା ଜଣାଯାଇଛି। ପୂର୍ବରୁ ଶ୍ରୀ ମିଶ୍ରଙ୍କ କିଡ୍‍ନି ସମସ୍ୟା ଥିବାରୁ ଏହା ତାଙ୍କ ପାଇଁ କ୍ଷତିକାରକ ବୋଲି କୁହାଯାଇଛି। ତେବେ ଭିମ୍‍ସାରରେ କିଡ୍‍ନି ରୋଗ ବିଶେଷଜ୍ଞ (ନେଫ୍ରୋଲୋଜିଷ୍ଟ) ନଥିବାରୁ ତାଙ୍କୁ କୌଣସି ମୁହୂର୍ତ୍ତରେ ଅନ୍ୟ ମେଡିକାଲ ସ୍ଥାନାନ୍ତର ହୋଇପାରେ। ତେବେ, ତାଙ୍କୁ ଏମ୍‌ସ କିମ୍ବା ଅନ୍ୟ କୌଣସି ବଡ଼ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯିବା ନେଇ ଆସନ୍ତାକାଲି ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର