ଆଜି ଦିଲ୍ଲୀ ଯିବେ ଜୟନାରାୟଣ

କଟକ : ଶନିବାର ସକାଳ ସାଢେ ୭ଟାରେ ରାଜଧାନୀ ଏକ୍ସପ୍ରେସ୍‌ରେ ପୁଲିସ ସୁରକ୍ଷା ବଳୟରେ ଦିଲ୍ଲୀ ଏମ୍‌ସକୁ ଚିକିତ୍ସା ପାଇଁ ଯିବେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର। ଜଣେ ଅଧିକାରୀ, ଏପିଆର ଓ ସୋହେଲା ଜେଲ କର୍ମଚାରୀଙ୍କ ସହ କଟକ ଏସ୍‌ସିବିରେ ଚିକିତ୍ସାଧୀନ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବ। କଟକ ଷ୍ଟେସନ୍‌ରୁ ସେ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଯିବେ। ତାଙ୍କର କେତେଜଣ ଘନିଷ୍ଠ ସହଯୋଗୀ ମଧ୍ୟ ଦିଲ୍ଲୀ ଯିବେ। ଏଠାରେ ସୂଚନା ଯୋଗ୍ୟ ଯେ, ସପ୍ତାହେ ହେଲାଣି ଜୟନାରାୟଣଙ୍କୁ ଦିଲ୍ଲୀ ଏମ୍‌ସ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ବିଭିନ୍ନ କାରଣରୁ ଦିଲ୍ଲୀ ଯାଇନଥିଲେ ଜୟନାରାୟଣ। ସୋହେଲା ଜେଲରେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ତାଙ୍କ ପ୍ରଥମେ ବୁର୍ଲା ଓ ପରେ କଟକ ବଡମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ପଠାଯିବାକୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର