ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ସମର୍ଥନ ଜଣାଇଲା ଜେଡିୟୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଜନତା ଦଳ ୟୁନାଇଟେଡ (ଜେଡିୟୁ) ସମର୍ଥନ ଜଣାଇଛି। ସଂଯୁକ୍ତ ଜନତା ଦଳର ମହାସଚିବ ତଥା ସାଂସଦ କେ.ସି ତ୍ୟାଗୀ କହିଛନ୍ତି, ଓଡ଼ିଶା ଏକ ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ। ସେଥିପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମିଳିବା ଦରକାର।  ଓଡ଼ିଶା ସମେତ ବିହାର ଓ ଆନ୍ଧ୍ର ପାଇଁ  ମଧ୍ୟ ସେ ସ୍ୱତନ୍ତ୍ର ପାହ୍ୟା ଦାବି କରିଛନ୍ତି। ସାମୁଦ୍ରିକ ଝଡ଼ ଫନି ଯୋଗୁଁ ନିକଟରେ ଓଡ଼ିଶାର ବ୍ୟାପକ କ୍ଷତି ହୋଇଛି। ଏଥିରେ ଅନେକ ଲୋକଙ୍କର ଜୀବନ ଚାଲି ଯାଇଥିବା ବେଳେ ଧନସଂପତ୍ତି ମଧ୍ୟ କ୍ଷତି ହୋଇଛି।

ଜେଡିୟୁର ବରିଷ୍ଠ ନେତା ତ୍ୟାଗୀ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ବିକାଶରେ ବାଧା ସୃଷ୍ଟି କରୁଛି। ଅତୀତରେ ସାମୁଦ୍ରିକ ଝଡ଼ ଫନି, ତିତ୍‌ଲି, ଫାଇଲିନ୍‌, ହୁଡହୁଡ୍‌ ଭଳି ଦୁର୍ବିପାକ ଓଡ଼ିଶାର ବିକାଶରେ ବାଧକ ସାଜିଛି। ଏଥିପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ସର୍ତ୍ତାବଳୀ ବଦଳିବା ଦରକାର। ଏଥି ସହିତ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଓ ଜଗନ ମୋହନ ରେଡ୍ଡି ସମର୍ଥନ କରନ୍ତୁ ବୋଲି କେ.ସି ତ୍ୟାଗୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର